ଧାମନଗର ଓ ତିହିଡି ବିଡିଓଙ୍କୁ ବଦଳି କରି ଖୋଲାଖୋଲି ନିର୍ବାଚନ ବିଧି ଉଲ୍ଲଂଘନ କଲେ ରାଜ୍ୟ ନିର୍ବାଚନ ଅଧିକାରୀ, ଅଭିଯୋଗ ଆଣିଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିର୍ବାଚନକୁ ଏକ ପ୍ରହସନରେ ପରିଣତ କରିବାର ପ୍ରୟାସ କରୁଥିବା ଶାସକ ବିଜେଡି ଯେ କୈାଣସି ନିର୍ବାଚନର ଘୋଷଣା ହେବା ମାତ୍ରେ ଚଂଚକତା ଆରମ୍ଭ କରିବା ସହିତ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରିବା ଆରମ୍ଭ କରିଦିଏ । ଶାସନ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ସରକାରୀ କଳ, ପୋଲିସ, ପ୍ରଶାସନକୁ ଦଳୀୟ ସ୍ୱାର୍ଥ ଏବଂ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବାର ବହୁ ଉଦାହରଣ ବିଗତ ଦିନମାନଙ୍କରେ ଦେଖିବାକୁ ମିଳିଛି । ବିରୋଧୀ ଦଳ ଉପନେତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗତ ୩ ତାରିଖ ଦିନ ଘୋଷଣା କଲେ । ଏହା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ସତ, କିନ୍ତୁ ଶାସନ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ଖୋଲାଖୋଲି ନିର୍ବାଚନ ବିଧି ଉଲ୍ଲଂଘନ କରିବା ଆରମ୍ଭ କରିଦେଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ହେଉଛନ୍ତି ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ମୁଖ୍ୟ ସଚିବ ।

ନିର୍ବାଚନ ବିଧି ଲାଗୁ ହେବା ମାତ୍ରେ କୈାଣସି ବଦଳି ବା ନିଯୁକ୍ତି ହୋଇପାରିବ ନାହିଁ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଆଚରଣ ବିଧିକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଉଥିବାବେଳେ ପଂଚାୟତରାଜ ବିଭାଗର ମୁଖ୍ୟ ସଚିବ ଭାବେ ଧାମନଗର ଓ ତିହିଡି ବିଡିଓଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଲେ । ଶାସକ ବିଜେଡିର ଚାପରେ ନିଜ ପଦର ଅପବ୍ୟବହାର କରି ୭ ତାରିଖ ଦିନ ଧାମନଗର ଓ ତିହିଡି ବିଡିଓଙ୍କୁ ତୁରନ୍ତ ବଦଳି କରିବା ସହିତ ସୁଦୂର କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ୨ ଜଣଙ୍କୁ ନିଯୁକ୍ତି ଦେଲେ । ଯାହାକି ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ । ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ଦାୟୀତ୍ୱରେ ଥିବା ରାଜ୍ୟ ନିର୍ବାଚନ ଅଧିକାରୀ ନିଜେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । “ବାଡ ଯଦି ଫସଲ ଖାଇବ ତାହାଲେ କ୍ଷେତକୁ ସୁରକ୍ଷା ଦେବ କିଏ” ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ନହେଉଣୁ ରାଜ୍ୟ ସରକାର ଚଂଚକତା ଆରମ୍ଭ କରିଦେଇଛନ୍ତି ଏବଂ ଏଥିରେ ସାହାଯ୍ୟ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଶାସକ ବିଜେଡିର ପ୍ରରୋଚନାରେ ସାଧାରଣ ଜନତାଙ୍କୁ ଭ୍ରମିତ କରିବାକୁ ଯାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବଦଳି କରାଯାଇଥିବା ୨ ଜଣ ବିଡିଓ ଦୁର୍ନୀତିଗସ୍ତ ବୋଲି , ଯାହାକି ସଂପୂର୍ଣ୍ଣ ମିଥ୍ୟା । ଯଦି ୨ ଜଣ ବିଡିଓ ଦୁର୍ନୀତିଗସ୍ତ, ତାହେଲେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ ? ଅନ୍ୟ ପଟେ ବଦଳି ହୋଇଥିବା ତିହିଡି ବିଡିଓ ଯଦି ଦୁର୍ନୀତିଗସ୍ତ, ତାହେଲେ ସେହି ବ୍ଲକ ଅଧ୍ୟକ୍ଷା କଣ ଦୁର୍ନୀତିମୁକ୍ତ ଅଟନ୍ତି କି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଏ ସମସ୍ତ ଘଟଣା ସଂପର୍କରେ ଗତ ୯ ତାରିଖ ଦିନ ବିଜେପି ତରଫରୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଛି । ଆଜି ମଧ୍ୟ କେନ୍ଦ୍ରମନ୍ତ୍ରୀ ଭି.ମୁରଲିଧରନ, ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ୍ ଏବଂ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ପୁଣି ଥରେ ଆଲୋଚନା କରିଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ଧାମନଗର ଉପନିର୍ବାଚନରେ ହାରିଯିବାର ଭୟ ରାଜ୍ୟ ସରକାର ଓ ଶାସକ ଦଳ ମନରେ କମ୍ପନ ସୃଷ୍ଟି କରିଛି । ଏନେଇ ବିଜୁ ଜନତା ଦଳ ଶାସନ କଳର ଅପବ୍ୟବହାର ଚଚଂକତା ଆରମ୍ଭ କରିଛି । ଆଚରଣବିଧି ଲାଗୁ ପରେ ବଦଳି କାହିଁକି କିମ୍ବା କେମିତି କରାଗଲା ଓ କାହା ସ୍ୱାର୍ଥାରେ କରାଗଲା ? ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ସରକାରୀ ପଦରୁ ମୁକ୍ତ ରଖିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି । ଏହି ଅବସରରେ ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.