ପୁଣି ରାଜଧାନୀରୁ ସଂଜ୍ଞାହୀନ ଯୁବକ ଉଦ୍ଧାର, ନିଶା ଦିଆ ଲୁଟେରାଙ୍କ କରନାମା ବୋଲି ସନ୍ଦେହ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖ ଅଞ୍ଚଳ ରେ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି।ବିଶେଷତ୍ୱ ଖାରବେଳ ଥାନା ଅନ୍ତର୍ଗତ ଜୟ ପ୍ରକାଶ ନାରାୟଣ ପାର୍କ ର ଚାରି ପାଖରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।ରାତି ଆଠଟା ବାଜିଲେ କେତେକ ଅସାମାଜିକ କିନ୍ନର ସେଠାରେ ଆଡ୍ଡା ଜମାଇ ଷ୍ଟେସନକୁ ଯିବା ଆସିବା କରୁଥିବା ରେଳ ଯାତ୍ରୀଙ୍କ ଠାରୁ ଛଡ଼ା ଛଡୀ କରିବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ କଲାପରେ ଲିପ୍ତ ରହୁଛନ୍ତି।

ଗୁରୁବାର ଦିନ ସନ୍ଧ୍ୟାରେ ଜୈନକ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ତାରେ ପାର୍କ ର ପୂର୍ବ ପାର୍ଶ୍ୱରେ ରାସ୍ତା ରେ ପଡିଥିବା ବେଳେ ଖବର ପାଇ ଖାରବେଳ ଥାନା ପିସିଆର -୩ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ଯୁବକ ଜଣକ ଅଚେତ ଅବସ୍ଥାରେ ଥିବାରୁ ତାଙ୍କର ପରିଚୟ ମିଳିପାରି ନଥିଲା।

Leave A Reply

Your email address will not be published.