କଳାହାଣ୍ଡି: ବେଦାନ୍ତ ସପକ୍ଷରେ ଗର୍ଜିଲେ ସ୍ଥାନୀୟ ବାସିନ୍ଦା, ବାଇକ ରାଲିରେ ବାହାରି ବିଡ଼ିଓଙ୍କୁ ଦେଲେ ଦାବି ପତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସାତ ଗୋଟି ଗ୍ରାମପଞ୍ଚାୟତର ଜନପ୍ରତିନିଧି ସମେତ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଲାଞ୍ଜିଗଡ ଠାରୁ ଏକ ବାଇକ ରାଲିରେ ବାହାରି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଲାଞ୍ଜିଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା l ଗୋଷ୍ଟି ଉନ୍ନୟନ ଅଥିକାରୀଙ୍କ ଅନୁପସ୍ଥି ଯୋଗୁଁ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଭୁତି ଭୂଷଣ ଶତପଥି ଦାବିପତ୍ର ଗ୍ରହଣ କରିଥିଲେ l ତେବେ ଗତ 2003 ମସିହାରୁ ଲାଞ୍ଜିଗଡ଼ର ଜନସାଧାରଣଙ୍କ ପୂର୍ଣ୍ଣ ସହାୟତାରେ ଗଡ଼ି ଉଠିଥିଲା l କିନ୍ତୁ କଞ୍ଚାମାଲ ଅଭାବ ଓ ନିଜସ୍ୱ ବକ୍ସାଇଟ ନ’ଥିବାରୁ କମ୍ପାନୀ ବର୍ତମାନ ଦୟନୀୟ ସ୍ଥିତି ଦେଇ ଗତି କରୁଛି l କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ କଳାହାଣ୍ଡିର ଏକ ମାତ୍ର ଶିଳ୍ପ କମ୍ପାନୀ ବେଦାନ୍ତକୁ ବୈମାତୃକ ମନଭାବ ଯୋଗୁଁ ନିଜସ୍ୱ ଖଣି ଖନନ ପାଇଁ ଅନୁମତି ପାଇପାରିଲା ନାହିଁ l ଯାହା ଦ୍ୱାରା କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ବିକାଶ ପ୍ରତିବନ୍ଧକ ଦେଖାଦେଇଛି l

ତେବେ ଆଜିର ଏହି ରାଲିରେ ହିମାଦ୍ରୀ ପେସନିଆ,କାମରାଜ ଦଳ ବେହେରା,ରାଜେନ୍ଦ୍ର ପ୍ରତାପ ସିଂଦେଓ,ଅଶୋକ କୁମାର ପଟ୍ଟନାଏକ,ଫକୀର ଚରଣ ବିଶି,ଶ୍ରୀବତ୍ସ ତାଣ୍ଡି,ହରେକୃଷ୍ଣ,ଲିଙ୍ଗରାଜ ମାଝୀ,ଚନ୍ଦ୍ରଧ୍ବଜ ପେସନିଆ,ସଂଜୀବ କୁମାର ନାଏକ,ସୁବାଷ ଅଗ୍ରୱାଲ, ବୁଲୁ ହୋତା, କାର୍ତିକ ଓଡ଼ିଆ, ତରୁଣ କୁମାର ଦାସ,ଅନନ୍ତ ପାଲ, ଶ୍ରୀମୁଖ ଅଗସ୍ତି, ସୁବାସ ଚନ୍ଦ୍ର ମହାପାତ୍ର,ଶ୍ରୀଧର ପେସନିଆ,ଏମ ଚନ୍ଦ୍ର ଶେଖର,ଏବଂ ସାତ ଗୋଟି ପଂଚାୟତ ର ବରିଷ୍ଠ ଭଦ୍ର ବ୍ୟକ୍ତି, ସାମିଲ ଥିଲେ l

 

Leave A Reply

Your email address will not be published.