ହକୀ ବିଶ୍ୱକପ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ: ଦେହରେ ଭଳିକି ଭଲି ରଙ୍ଗ ଲଗେଇ ଅତିଥିଙ୍କୁ ଅପେକ୍ଷା କରିଛି ରାଜଧାନୀ ଭୁବନେଶ୍ୱର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ହକୀ ବିଶ୍ୱକପ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଜାନୁୟାରୀ ୧୩ ତାରିଖରେ ଆରମ୍ଭ ହେବ ଏହି ବିଶ୍ୱକପ… ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉଲକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ ହକୀ ମହାକୁମ୍ଭ। ସଜେଇ ହେଉଛି ସହର। ଦେହରେ ଭଳିକି ଭଲି ରଙ୍ଗ ଲଗେଇ ଅତିଥିଙ୍କୁ ଅପେକ୍ଷା କରିଛି ରାଜଧାନୀ ଭୁବନେଶ୍ୱର। ହକୀ ବିଶ୍ୱକପ ୨୦୨୩ ପାଇଁ ଜୋର ସୋରରେ ଚାଲିଛି ପ୍ରସ୍ତୁତି। ରାସ୍ତା- ଘାଟ, କାନ୍ଥ – ବାଡ଼ ଯେଉଁଠିକି ବି ଗଲେ କିଛି ନୂତନ ସ୍ମୁତି ସାଉଁଟିବା ନିଶ୍ଚିନ୍ତ ।

ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବ ହକୀ ବିଶ୍ୱକପ। ଭଗନେବେ ୧୬ଟି ଦେଶର ଖେଳାଳୀ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉଲକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ୱକପ ଲଢେଇ। ପୁଲ ଏ ରେ ଅଷ୍ଟ୍ରେଲିଆ, ଆରଜେଣ୍ଟିନା,ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଦଳ ରହିବେ। ସେହିଭଳି ପୁଲ ବିରେ ବେଲଜିଅମ, ଜର୍ମାନୀ, ସାଉଥ କୋରିୟା, ଜାପାନ ରହିଥିବା ବେଳେ ପୁଲସିରେ ନେଦରଲାଣ୍ଡ,ନିୟୁଜଲଣ୍ଡ,ମାଲସିଆ, ଚିଲି ରହିବେ। ପୁଲ ଡିରେ କମାଲ ଦେଖାଇବେ ଭାରତ, ଇଂଲଣ୍ଡ, ସ୍ପେନ, ୱାଲେସ।

ସେପଟେ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ ରହିଛନ୍ତି। ୧୩ ଜାନୁୟାରୀରେ ରାଉଲକେଲାରେ ଉଦଘାଟନୀ କାଯ୍ୟକ୍ରମ ଆୟୋଜନ କରାଯିବା ଏହାଶହ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଜାନୁୟାରୀ ୧୧ ତାରିଖରେ ହକୀ ବିଶ୍ୱକପ ନେଇ ଏକ ଭବ୍ୟ କାଯ୍ୟକ୍ରମର ଅନୁଷ୍ଠିତ ହେବ। ଯେଉଁଠି ୪୦ ହଜାର ଦର୍ଶକ ଏବଂ ଅତିଥି ଯୋଗ ଦେବେ। ତାସହ ରାଜ୍ୟର ସମସ୍ତ ପଂଚାୟତରେ ହକୀ ଖେଳ ଓ ବିଶ୍ୱକପ ମାହୋଲ ସୃଷ୍ଟି କରିବାକୁ ପାଇଁ ବିଭିନ୍ନ କାଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଖେଳାଳୀମାନଙ୍କର ଗମନାଗମନ ପାଇଁ ସ୍ୱତନ୍ତ୍ର ଚାଟାର୍ଡ଼ ଫ୍ଲାଇଟର ବ୍ୟବସ୍ତା କରାଯିବା ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି। ପୂର୍ବରୁ ମଧ୍ୟ୍ୟ ଓଡିଶା ବିଶ୍ୱକପ ଆୟୋଜନ କରିଛି… ଚଳିତ ଥର ମଧ୍ୟ ବେଶ ସୁରୁଖୁରୁରେ ବିଶ୍ୱକପ ଆୟୋଜନ ହେବ ବୋଲି କହିଛନ୍ତି ହକୀ ଇଣ୍ଡିଆ ସଭାପତି। ବିଶ୍ୱକପରେ ପାକିସ୍ତାନ ସର୍ବାଧିକ ଥର ଟାଇଟଲ ହାସଲ କରିଥିବା ବେଳେ ଭାରତ କେବଳ ୧୯୭୫ ମସିହାରେ ବିଶ୍ୱକପ ଟାଇଟଲ ନିଜ ନାରେ କରିଥିଲା।

Leave A Reply

Your email address will not be published.