ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀ ରେ ଚିନ୍ତା ବଢ଼ାଉଛି ମଶା । ଖାଲି ରାତି ନୁହ ଦିନରେ ମଧ୍ୟ ମଶା କମୁଡ଼ିକି ଲୋକଙ୍କୁ ଫୁଲାଇ ଦେଉଛି । ମଶାଙ୍କ ବଂଶ ନିପତ୍ କରିବାକୁ ବିଏମସିର ନୂଆ ପଦକ୍ଷେପ । ଭୁବନେଶ୍ବରର ନୀଳାଦ୍ରି ବିହାରରେ ଆରମ୍ଭ ହେଲା ଡ୍ରୋନ ମାଧ୍ୟମରେ କୀଟ ନାଶକ ସିଞ୍ଚନ ।
ଏହି ଡ୍ରୋନରେ ଥର କରେ ଦଶ ଲିଟର ଲିକୁଇଡ ରହିପାରିବ । ସ୍ପ୍ରେ ମାଧ୍ୟମରେ ଉପରୁ ତଳକୁ ସିଞ୍ଚନ କରାଯାଏ। ସ୍ପ୍ରେ କୁ କମାଇ ହେବ ବଢାଇ ହେବ ମଧ୍ଯ । ଏହି ଡ୍ରୋନ ସ୍ପ୍ରେ ର ଶୁଭାରମ୍ଭ ବେଳେ ବିଏମ୍ସି କମିଶନର ଉପସ୍ଥିତ ଥିଲେ ଏହି କିଟ୍ ନାଶକ ସିଞ୍ଚନ ପରେ ମଶା ର ସ୍ଥିତି କିପରି ରହୁଛି ଏହି ଅଞ୍ଚଳର ଲୋକ ଙ୍କ ମତ ନିଆଯିବା ତା ପରେ ଆଉ ଅଧିକ ଡ୍ରୋନ ର ବ୍ୟବସ୍ଥା କରାଯିବ ବୋଲି ବିଏସି କମିଶନର କହିଛନ୍ତି ।