କୁନି ଝିଅର ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ପାଠପଢା ପାଇଁ ମା’ ଦେବେ ମାସକୁ ୬ହଜାର ଟଙ୍କା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆନନ୍ଦପୁର ଉପଖଣ୍ଡ ସୁନ୍ଦରାପାଳ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ୬ଷ୍ଠ ଶ୍ରେଣୀ ଛାତ୍ରୀ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବା ପରେ ଏବେ ନ୍ଯାୟ ପାଇଛନ୍ତି ଛାତ୍ରୀ । ଫେସବୁକ ରେ ପରପୁରୁଷ ପ୍ରେମରେ ପଡି ଗତ ୫ବର୍ଷ ହେବ ସ୍ବାମୀ ଓ ଏକ ମାତ୍ର ଝିଅକୁ ପଚାରୁ ନଥିବା ଶିକ୍ଷୟତ୍ରୀ ମହିଳା ଏବେ ନିଜ ଝିଅକୁ ମାସିକ ପଢା ଖର୍ଚ ବାବଦରେ ୬ହଜାର ଟଙ୍କା ଦେବେ । ମା ପଚାରୁ ନଥିବାରୁ ବାପା ଙ୍କ ସ୍ବଳ୍ପ ରୋଜଗାର ରେ ବାପଝିଅ ଚଳିବା କଷ୍ଟକର ହୋଇପଡିଥିବାବେଳେ ଝିଅଟିର ପାଠପଢା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡିଥିଲା ।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଶିରିଗିଡା ହାଇସ୍କୁଲ ରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ଯରତ ମା ଙ୍କ ଦରମା ଟଙ୍କାରୁ ପଢାଖର୍ଚ୍ଚ ବହନ ପାଇଁ ମୁଖ୍ଯ ମନ୍ତ୍ରୀ ଙ୍କ ସମେତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଚିଠି ଲେଖିଥିଲା ଝିଅ । ଘଟଣା ସଂପର୍କରେ ମୁଖ୍ଯମନ୍ତ୍ରୀ ଙ୍କ ଦପ୍ତର ରୁ ତନାଘନା ହେବାପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ସଂପୃକ୍ତା ଶିକ୍ଷୟତ୍ରୀ ଙ୍କୁ ଡକାଇ ଜବାବ ତଲବ କରିଥିଲେ ।ଶିକ୍ଷୟତ୍ରୀ ଜଣକ ନିଜ ଝିଅ କୁ ପଢା ଖର୍ଚ୍ଚ ବିବାଦ ମାସକୁ ୬ହଜାର ଟଙ୍କା ଦେବେ ବୋଲି ରାଜି ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠିରୁ ଜଣା ପଡିଛି ।

Leave A Reply

Your email address will not be published.