କ୍ରାଇମବ୍ରାଞ୍ଚ ହାତରେ ନବ ଦାସ ହତ୍ୟା ସୁରାକ୍‌: ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର କିଛି ହାତ ଲେଖା କାଗଜ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର କିଛି ହାତ ଲେଖା କାଗଜ । ଝାରସୁଗୁଡ଼ା ବିମାନବନ୍ଦର ଥାନା ପରିସରରେ ଥିବା ପାଇଖାନା ଟାଙ୍କି ତାଡ଼ି ୧୨ରୁ ୧୫ ପୃଷ୍ଟାର କାଗଜ ଟୁକୁଡ଼ା ବାହାର କରିଛି । ନାଲି ରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖାଯାଇଥିବା କାଗଜ ମିଳିଥିବା ସୂଚନା ମିଳିଛି । ଏହି କାଗଜକୁ ଶୁଖା ଯାଇ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ । କାଗଜରେ ହତ୍ୟାକାଣ୍ଡର ମୋଟିଭ୍‌ ଲେଖିଥିବା ଗୋପାଳ ମାନିଥିବା କୁହାଯାଉଛି । ପୂର୍ବରୁ ରଚିଥିଲା ହତ୍ୟା ଷଡଯନ୍ତ୍ର । ହାତରେ ହତ୍ୟାର ବ୍ଲୁ-ପ୍ରିଣ୍ଟ ଧରି ବୁଲୁଥିଲେ ଗୋପାଳ ଦାସ । ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

ଜେରା ବେଳେ ଗୋପାଳଠାରୁ ସୂଚନା ପାଇ ଟାଙ୍କି ତାଡି ଖୋଜାଖୋଜି କରିଥିଲା କ୍ରାଇମବ୍ରାଞ୍ଚ । ଗତ ରବିବାର ଦିନ ବ୍ରଜରାଜନଗରରେ ଗୁଳି କରି ନବ ଦାସଙ୍କୁ ହତ୍ୟା କରିଥିଲେ ଏଏସ୍‌ଆଇ ଗୋପାଳ ଦାସ । ତତ୍କାଳ ତାଙ୍କୁ କାବୁ କରାଯାଇଥିଲା ଏବଂ ପୋଲିସ ତାଙ୍କୁ ଆଣି ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଅଟକ ରଖିଥିଲା। କ୍ରାଇମବ୍ରାଞ୍ଚ ଆସି ପହଞ୍ଚିବା ଯାଏ ସେ ଦୀର୍ଘ ସମୟ ଧରି ସେଠାରେ ଥିଲେ । ପରିସ୍ରା ଯିବା ବାହାନାରେ ଲୁଚାଇ ରଖିଥିବା ସବୁ କାଗଜକୁ ପାଇଖାନାରେ ଫ୍ଲସ୍‌ କରିଦେଇଥିଲା । ନବ ଦାସଙ୍କ ହତ୍ୟା ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ଉଦ୍ୟମ କରିଥିଲା ଗୋପାଳ । ଏନେଇ ସୁରାକ୍‌ ପାଇବା ପରେ ଉଦ୍ଧାର ପାଇଁ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ରାତି ଅଧିଆ ଅପରେସନ୍‌ କରିଥିଲା କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ହତ୍ୟା ସହ ଏହି ଦସ୍ତାବିଜର ପୂରା ସମ୍ପର୍କ ରହିଛି । ତେବେ ଏଥିରେ କି ତଥ୍ୟ ରହିଛି, ସେନେଇ ଅଧିକାରମାନେ ମୁହଁ ଖୋଲିନାହାନ୍ତି । କ୍ରାଇମବ୍ରାଞ୍ଚ ଏହାକୁ ବଡ଼ ପ୍ରମାଣ ବୋଲି ବିବେଚନା କରି ଅପରେସନ ଜାରି ରଖିଛି

Leave A Reply

Your email address will not be published.