ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ନବ ଦାସ ହତ୍ୟା ଘଟଣା ଏବଂ ରାଜ୍ୟରେ ବେଲଗାମ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି । କମିଶନରେଟ ପୋଲିସ ଅଫିସ ସମ୍ମୁଖରେ ବିଜେପିର ଧାରଣା ଓ ପ୍ରତିବାଦ ।
ରାଜ୍ୟରେ ବୃଦ୍ଧି ପାଉଥିବା ଅରାଜକତା ପ୍ରତିବାଦରେ ସତ୍ୟାଗ୍ରହ କରିଛି ଦଳ । ତେବେ ନବ ଦାସ ହତ୍ୟା ଘଟଣାରେ ତଦନ୍ତ ସଠିକ ଭାବେ ହେଉନଥିବା ଓ ହତ୍ୟା ପଛରେ ଥିବା ପ୍ରଭାବଶାଳୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ଯୋଜନା କରାଯାଉଥିବା ବିଜେପି ଅଭିଯୋଗ କରିଛି । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ଥିବା ଅଧିକାରୀଙ୍କୁ ମଧ୍ୟ ସମାଲୋଚନା କରିଛି ବିଜେପି । ଆଗକୁ ଆନ୍ଦୋଳନ ଜୋରସୋର ହେବ ବୋଲି ବିଜେପି ଚେତାବନୀ ଦେଇଛି ।