ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମ୍ବଲପୁରର ଧନୁପାଲି ଥାନା ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ତୀବ୍ର ପ୍ରତିକ୍ରିୟା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବିରେ ଜୋର ଆନ୍ଦୋଳନ କରିଛି ବିଜେଡି । ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଜୟନାରାୟଣଙ୍କ କୁଶ ପୁତ୍ତଳିକା ଦାହ କରିଛି ମହିଳା ବିଜେଡି। ତୁରନ୍ତ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ।
କଟକରେ ବି ବିକ୍ଷୋଭ କରିଛି ବିଜେଡି। ଶହ ଶହ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିପରି ସମ୍ବଲପୁରରେ ଜୋରଦାର ପ୍ରତିବାଦ କରାଯାଇଛି। ସମ୍ବଲପୁରରେ ସର୍କିଟ ହାଉସ୍ ଘେରିଛନ୍ତି ବିଜେଡି କର୍ମୀ । ମୟୂରଭଞ୍ଜ ଓ ବ୍ରହ୍ମପୁରରେ ବି ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶହ ଶହ କର୍ମୀ।