ରାହୁଲ ଗାନ୍ଧୀଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ରାଜ୍ୟ କଂଗ୍ରେସ ତାଙ୍କ ପଛରେ ପାହାଡ଼ ଭଳି ଛିଡ଼ା ହୋଇଛି ଏବଂ ହୋଇରହିବ- ଶରତ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତ ବର୍ଷର ଗଣତନ୍ତ୍ର ଆଜି ବିପନ୍ନ । ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ ସଂପୂର୍ଣ୍ଣରୂପେ ରୋକ ଲଗାଇବା ପାଇଁ ଆଜିକୁ ୮ବର୍ଷ କାଳ କାର୍ଯ୍ୟ କରୁଛି । ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଚେଷ୍ଟା ଚଳାଇଛନ୍ତି । ସତ୍ୟ ଓ ଅହିଂସାର ମାର୍ଗ ରାହୁଲ ଗାନ୍ଧୀଙ୍କର ମାର୍ଗ । ଭାରତ ବର୍ଷର ସ୍ୱାର୍ଥକୁ ରକ୍ଷା କରିବା ଏବଂ ଭାରତ ବର୍ଷର ଜନଗଣଙ୍କର ସ୍ୱାର୍ଥ ରକ୍ଷା କରିବା ପାଇଁ ପ୍ରତ୍ୟେକ ସ୍ତରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଲଢ଼େଇ କରିବ ।

ଓଡ଼ିଶାର ସମସ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ରାହୁଲ ଗାନ୍ଧୀଙ୍କ ସହିତ ପାଦକୁ ପାଦ ମିଳାଇ ଚାଲିବାର ବଜ୍ର ଶପଥ ନେଇଛି । କୌଣସି ପରିସ୍ଥିତିରେ ବି ରାହୁଲ ଗାନ୍ଧୀ ଦେଶ ବିରୋଧି ଶକ୍ତିଙ୍କ ସାମନାରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ମାଷ୍ଟରକ୍ୟାଂଟିନ ଛକଠାରେ ଏକ ପ୍ରତିବାଦ ସଭାର ନେତୃତ୍ୱ ନେଇ ଗଣମାଧ୍ୟମକୁ କହିଛନ୍ତି । ଏହି ପ୍ରତିବାଦ ସଭାରେ ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଦାସରଥି ଗମାଙ୍ଗ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠିର ଜେନା, ମନୋରଞ୍ଜନ ଦାଶ, ସୁରେଶ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, କିଶୋର ଜେନା, ମାନସ ଆଚାର୍ଯ୍ୟ, ଜିଆଉଲ ହକ୍‌, ପ୍ରକାଶ ଜେନା, ୟାସିର ନୱାଜ, ରାଜୀବ ପଟ୍ଟନାୟକ, ମନୋଜ ସାହୁ, ରଣଜିତ ପାତ୍ର, କୃଷ୍ଣ ମହାନ୍ତି, ବାଙ୍କନିଧି ବେହେରା, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ତ୍ରିଲୋଚନ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ଦୀପକ ସାହୁ, ଶ୍ରୀନିବାସ ରାଉତରାୟ, ପ୍ରଣତି ମିଶ୍ର, ମିହିର ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, କୁସୁମ ପ୍ରଧାନ, ସୁନିତା ଦାସ, ଅଶୋକ ଦାସ, ସାରଦା ପ୍ରଧାନ, ଅଶୋକ ସ୍ୱାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜୟନ୍ତ କୁମାର ସାହୁ, ସୁଶାନ୍ତ ତ୍ରିପାଠୀ, ଦିଗମ୍ବର ଗଡ଼ନାୟକ, ପ୍ରବୋଧ ସ୍ୱାଇଁ, ଧର୍ମେନ୍ଦ୍ର ମିଶ୍ର, କୁଳମଣି ସାହୁ, ସାଗର ପରିଡ଼ା, ଦେବୀ ପ୍ରସାଦ ବାହାଲିଆ, ତାପସ ସେଠୀ, ପ୍ରଭାତ ପ୍ରତାପ ସିଂ, ଲିଙ୍ଗରାଜ ସାହୁ, ନାସିର ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.