ଗର୍ବ ହୋଇଗଲା ଖର୍ବ, ଭୁଲ ପାଇଁ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅର୍ଥ ଦଣ୍ଡ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅନୁଗୋଳ ଜିଲ୍ଲା ନାଲକୋ ଅଞ୍ଚଳରର କହେଁଇ ନଗରରେ ରହୁଥିବା ଚନ୍ଦ୍ର ଶେଖର ସାହୁ ୨୦୧୯ ମସିହା ଜୁନ ମାସ ୧୮ ତାରିଖ ରେ ଅନୁଗୋଳର ଖାଉଟି ଅଦାଲତରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ବିରୋଧରେ ଗୋଟିଏ ମାମଲା ରୁଜୁ କରିଥିଲେ।  ଯାହାର ରାୟ ଆଜି ପ୍ରକାଶ ପାଇଛି ଓ ଚନ୍ଦ୍ର ଶେଖର ସାହୁଙ୍କର ଦୀର୍ଘ ଚାରି ବର୍ଷରେ ନ୍ଯାୟିକ ଲଢେଇ ଅନ୍ତ ଘଟି ତାଙ୍କୁ ନ୍ଯାୟ ମିଳିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ସମ୍ପୂର୍ଣ ଘଟଣାଟି ଏହି ଭଳି କି ୨୦୦୪ ମସିହାରେ ଚନ୍ଦ୍ର ଶେଖର ସାହୁ ଅନୁଗୋଳ ଆର.ଟି.ଓ ଙ୍କ ଠାରୁ ଗୋଟିଏ ଡ୍ରାଇଭିଙ୍ଗ ଲାଇସନ୍ସ ପାଇଥିଲେ।  ଯାହାର ଅବଧି ୨୦୨୪ ଫେବୃଆରି ମାସ ପର୍ଯ୍ଯନ୍ତ ଥିଲା କିନ୍ତୁ ଚନ୍ଦ୍ରଶେଖର ସାହୁ ୨୦୧୯ ମସିହାରେ ଅନୁଗୋଳ ଆର.ଟି.ଓ ଯାଇ ନିଜର ଡ୍ରାଇଭିଙ୍ଗ ଲାଇସନ୍ସ କୁ ସ୍ମାର୍ଟ କାର୍ଡରେ ପରିଣତ କରିବାକୁ ଆବେଦନ ପାଇଁ ଯାଇଥିଲେ।  ସେଠାରେ ତାଙ୍କ ଡ୍ରାଇଭିଙ୍ଗ ଲାଇସନ୍ସଟି ନକଲି ଅଛି ବୋଲି ଅନୁଗୋଳ ଆର.ଟି.ଓ କହିବା ସହିତ ତାଙ୍କୁ କାର୍ଯ୍ଯାଳୟରୁ ବାହାର କରି ଦେଇଥିଲେ ।

ଯାହା ଫଳରେ ସେ ଅନୁଗୋଳର ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ ଏବଂ ଯାହାର ଐତିହାସିକ ରାୟ ଆଜି ଚନ୍ଦ୍ର ଶେଖର ସାହୁଙ୍କ ସପକ୍ଷରେ ଆସିବା ସହିତ ଅନୁଗୋଳ ଆର.ଟି.ଓ ଙ୍କୁ ଖାଉଟି ଅଦାଲତ ୩୦ ହଜାର ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ପାଞ୍ଚ ହଜାର ଟଙ୍କାର ଆଇନଗତ ଖର୍ଚ୍ଚକୁ ଗୋଟିଏ ମାସ ମଧ୍ୟରେ ଶ୍ରୀ ସାହୁଙ୍କୁ ଦେବାକୁ ନିର୍ଦେଶ ଦେଇଛନ୍ତି ଏଥି ସହିତ ଯଦି ଅନୁଗୋଳ ଆର.ଟି.ଓ ଏହି ଅର୍ଥକୁ ଗୋଟିଏ ମାସ ମଧ୍ୟରେ ନଦିଅନ୍ତି ତେବେ ନଅ ପ୍ରତିଶତ ସୁଧ ଦେବାକୁ କୋର୍ଟ ରୋକ ଠୋକ ନିଜ ରାୟରେ ପ୍ରକାଶ କରିଛନ୍ତି | ଏହି ଘଟଣା ପ୍ରକାଶ ପାଇବା ପରେ ନାଲକୋ ସମେତ ଅନୁଗୋଳରେ ଘଟଣାଟି ଚର୍ଚାର ବିଷୟ ହୋଇଛି।

Leave A Reply

Your email address will not be published.