ଗଣତନ୍ତ୍ର ହତ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୁଶପୁତଳିକା ଦାହ କଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାହୁଲ ଗାନ୍ଧୀ ଡରିଯିବାର ନେତା ନୁହନ୍ତି । ଭୟ ଦେଖାଇ ତାଙ୍କ ସ୍ୱରକୁ କେହି ଚାପି ପାରିବ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ପ୍ରଥମ ଥର ପାଇଁ ଭାରତ ବର୍ଷର ପାଲ୍ୟାମେଂଟକୁ ଦୀର୍ଘଦିନ ଧରି ଅଚଳ କରି ରଖିଲେ । ସଂସଦରେ ରାହୁଲ ଗାନ୍ଧୀ ଯେଉଁ ମୋଦି-ଆଦାନୀ ସମ୍ପର୍କିତ ଝଡ଼ ବୁହାଇଲେ ସେ ଝଡ଼କୁ ଭାରତୀୟ ଜନତାପାର୍ଟିର ସାଂସଦ ଏବଂ ଖୋଦ ପ୍ରଧାନମନ୍ତ୍ରୀ ସାମନା କରିବାର ସତ୍‌ସାହସ ଦେଖାଇ ପାରିଲେ ନାହିଁ । ଭାରତ ବର୍ଷର ବ୍ୟାଙ୍କମାନଙ୍କ ପାଖରୁ ହଜାର ହଜାର କୋଟି ଟଙ୍କା ଲୁଟ କରି ଆଜି ଲଳିତ ମୋଦି, ନିରବ ମୋଦି, ମେହୁଲ ଚୋକ୍ସି ଏସମସ୍ତେ ଦେଶଛାଡ଼ ପଳାୟନ କରିଛନ୍ତି । ଏହି ପ୍ରଶ୍ନ ଉତ୍‌ଥାପନ କରିବା ଜଣେ ରାଜନୈତିକ ନେତାର ପ୍ରଥମ ଏବଂ ଶେଷ କର୍ତବ୍ୟ । ରାହୁଲ ଗାନ୍ଧୀ ସତ୍ୟ ଓ ଅହିଂସା ପଥରେ ଚାଲିଛନ୍ତି ତାଙ୍କୁ କେହି ଡରାଇ ପାରିବ ନାହିଁ । ସେ ଭାରତବର୍ଷର ନିରବୀ ଯାଇଥିବା ଜନତାଙ୍କର ସ୍ୱର ।

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅତୁଟ ରଖିବା ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସର୍ବୋପରି ବଧପରିକର । କଂଗ୍ରେସ ଦଳ ସଦସ୍ୟତା ପଦ ରଦ୍ଧ ଏବଂ ଯେଉଁ ଗୁଜୁରାଟ ସେସନ କୋର୍ଟ ସମ୍ମାନହାନୀ କେସରେ ଦଣ୍ଡାଦେଶ ଶୁଣାଇଛନ୍ତି ତାହା ବିରୋଧରେ କଂଗ୍ରେସ ଦଳ ଏକ ଆଇନଗତ ଲଢ଼େଇ ସହିତ ସାରା ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତା ବିରୋଧରେ ଏକ ରାଜନୈତିକ ଲଢ଼େଇ ଲଢ଼ିବ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ପ୍ରତିବାଦ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ମାଷ୍ଟରକ୍ୟାଂଟିନ ଛକ ଠାରେ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରିବା ସହିତ ନାରାବାଜି କରିଥିଲେ ।

କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ପ୍ରଥମଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଭୟରେ ବିରୋଧିଙ୍କ ସ୍ୱରକୁ ଚାପିଦେବାପାଇଁ ଆମର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ପ୍ରତିବାଦ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଦଳ ଆସନ୍ତା ଦିନରେ ଅଧିକ ଶକ୍ତିଶାଳୀ ହେବ ଏବଂ ଗଣତନ୍ତ୍ର ବିରୋଧି ସରକାରକୁ ପରାସ୍ତ କରିବ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଶରତ ରାଉତ, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ଚିନ୍ମୟ ବେଉରିଆ, ରବିନ୍ଦ୍ର ସେଠୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ୟାସିର ନୱାଜ, ମନୋରଞ୍ଜନ ଦାଶ, ମାନସ ଆଚାର୍ଯ୍ୟ, ରଜତ ଚୌଧୁରୀ, ଶ୍ରୀନିବାସ ରାଉତରାୟ, ରାଜୀବ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମନୋଜ ସାହୁ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିିପାଠୀ, ତରୁଣ ମିଶ୍ର, ଜାନକୀ ମଲ୍ଲିକ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ବାବୁ ଜେନା, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, କୈଳାସ ସାହୁ, କୁସୁମ ପ୍ରଧାନ, ସଂକୁନା କହଁର, ଜିତେନ୍ଦ୍ର ପଣ୍ଡା, ସରୋଜ ଲେଙ୍କା, ଖଗେଶ୍ୱର ମଲ୍ଲିକ, ସାଗର ପରିଡ଼ା, ଦୀପକ ସାହୁ, ଜ୍ୟୋତଷ ସାହୁ, ବୈଲୋଚନ ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.