ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପି, କଂଗ୍ରେସ କଥା କଟାକାଟି ଭିତରେ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରବ୍ଦ ନେଇ ମତେ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଦୁଇ ବର୍ଷ ସଜ୍ଜା ହେଲା, ସେଥିପାଇଁ ସଭ୍ୟ ପଦ ଗଲା | ଏଥିରେ ରାଜନୈତିକ ହସ୍ତକ୍ଷେପ ହୋଇନାହିଁ | ସଂସଦର କଥା ଆଣି ବିଧାନସଭା ବନ୍ଦ କରିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କଲେ ଜୟନାରାୟଣ | ଗୃହର ସଦସ୍ୟ ନଥିବା ରାହୁଲ ଗାନ୍ଧୀଙ୍କୁ ନେଇ ଗୃହକୁ ବନ୍ଦ କରିବାର ଅଧିକାର କଂଗ୍ରେସର ନଥିବା ସେ କହିଛନ୍ତି
ନରସିଂହ ମିଶ୍ରଙ୍କ ଗୃହରେ ବିବୃତି
କଟକ ବିଧାୟକ ବି କନଭିକଟେଡ଼ ହୋଇଥିଲେ। ହେଲେ ସେ କଣ ପଦ ହରାଇଲେ।ଓଡ଼ିଶା ସରକାର ଓ ବାଚସ୍ପତି ତାଙ୍କୁ ସମୟ ଦେଲେ, ତାହା ହିଁ ଗଣତନ୍ତ୍ର ବୋଲି କହିଲେ ନରସିଂହ। କିନ୍ତୁ ରାହୁଲ ଗାନ୍ଧୀ ଙ୍କ କ୍ଷେତ୍ରରେ ଯାହା ହେଲା ଏହା ଅଗଣତନ୍ତ୍ରିକ, ତେଣୁ ଆମେ ପ୍ରତିବାଦ କରୁଛୁ | ମୋଦିଙ୍କ ହିଟଲର ଶାସନ ଏକଛତ୍ରବାଦ ଶାସନ ଗଣତନ୍ତ୍ରକୁ ହତ୍ୟା କରିଛି । ଭାରତ ଯୋଡ଼ ଆନ୍ଦୋଳନକୁ କେନ୍ଦ୍ରର ଭୟ ରହିଛି। ତାଙ୍କ ମତକୁ ତର୍ଜମା କରାଗଲେ, ସବୁ ମୋଦି ଚୋର ସେ କହି ନାହାନ୍ତି | ସେ କହିଛନ୍ତି ଯେ ଯିଏ ଭାରତର ଅର୍ଥ ନେଇଗଲେ ସେମାନେ ମୋଦି ।ବିରୋଧୀ ଦଳ ନେତା ଗୃହ କହୁଥିଲେ, ଏହା ଆଶିଷ୍ଣୁତା, ଗୃହକୁ ମୂଳତବି କରି ଗିଲୋଟିନ ପାଇଁ ଯିବାକୁ ସେ ଦାବି କଲେ ନରସିଂହ ମିଶ୍ର।