ରାହୁଲ ଗାନ୍ଧୀଙ୍କୁ ଜେଲ ପଠାଇ ମୋଦିକଣ ହାସଲ କରିପାରିବେ ? ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ ସୌମ୍ୟରଞ୍ଜନଙ୍କ ପ୍ରତିକ୍ରିୟା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦରେ କାହାର ଲାଭ ଏବଂ କାହାର କ୍ଷତି ହେବ ତାର ବିଚାର କଲେ ଜାଣିପାରିବେ, ଏହା ପଛରେ କଣ ଅଛି | ନରେନ୍ଦ୍ର ମୋଦି ବିଶ୍ୱ ଗୁରୁ ହେବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀଙ୍କୁ ଜେଲ ପଠାଇ ସେ କଣ ହାସଲ କରିପାରିବେ ? ଏକଥା ସେ ନିଯେ ଚିନ୍ତା କରିବା ଦରକାର। ରାହୁଲ ଗାନ୍ଧୀ ବାରମ୍ବାର ନିର୍ବାଚନ ହାରୁଛନ୍ତି, ଅପଶବ୍ଦ ବା ନିଜ ଜିଭ ଉପରେ ନିୟନ୍ତ୍ରଣ ନ ରଖି ଅଯଥାରେ ଅନ୍ୟକୁ ସମାଲୋଚନା କରିଚାଲିଲେ ଭୋଟ ମିଳିବ ଏକଥା ଭାବିବା ଉଚିତ ନୁହେଁ।

ଉଭୟଙ୍କୁ ଶିକ୍ଷା ଲାଭ କରିବାର ଅଛି, ରାହୁଲଙ୍କୁ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ନରେନ୍ଦ୍ର ମୋଦି ବିଶ୍ୱଗୁରୁ ହେବାକୁ ଚାହୁଁଛନ୍ତି, ଏତେ କ୍ଷମତାର ଅଧିକାରୀ ରାହୁଲ ଗାନ୍ଧୀଙ୍କୁ କାହିଁକି ଡରୁଛନ୍ତି । ରାହୁଲଙ୍କୁ ଡରିଲେ ସେ ବିଶ୍ୱ ଗୁରୁ ହେବେ କିପରି ? ପ୍ରତିପକ୍ଷଙ୍କ ମୁହଁକୁ ବନ୍ଦ କରିବା ପାଇଁ, କ୍ଷମତା ଏବଂ କୌଶଳ ପ୍ରୟୋଗ କରଯାଉଛି ଯେଉଁ ଅଭିଯୋଗ ହେଉଛି ତାହା ସ୍ପୃହଣୀୟ ନୁହେଁ। ନରେନ୍ଦ୍ର ମୋଦି ଯେଉଁ ସ୍ତରରେ ଅଛନ୍ତି ଏବଂ ଯେଉଁ ସ୍ତରକୁ ଯିବାକୁ ଚାହୁଁଛନ୍ତି ଏ କୌଶଳ ଆଦୌ ସ୍ପୃହଣୀୟ ନୁହେଁ, ରାହୁଲ ଗାନ୍ଧୀ ପୁଣି ଲୋକମାନଙ୍କ ଆଦରଣୀୟହେବାକୁ ଚାହୁଛନ୍ତି ସେ ମଧ୍ୟ ନିଜ ଜିହ୍ୱା ଉପରେ ନିୟନ୍ତ୍ରଣ ରଖିବା ଉଚିତ।

Leave A Reply

Your email address will not be published.