ଭୁବନେଶ୍ୱରରେ ଏବିଭିପିର ବିଶାଳ ଛାତ୍ର ଅଧିକାର ସମାବେଶ, ଶିକ୍ଷା ସୁରକ୍ଷା ରୋଜଗାର ଦାବିରେ ବିଦ୍ୟାର୍ଥୀ ଦେଲେ ରଣହୁଙ୍କାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନେଶ୍ବର (ଉତ୍ତର) ପକ୍ଷରୁ ଶିକ୍ଷା, ସୁରକ୍ଷା ଓ ରୋଜଗାର ସମ୍ପର୍କିତ ବିଭିନ୍ନ ବିଷୟକୁ ନେଇ ଏକ ବିଶାଳ ଛାତ୍ର ଅଧିକାର ସମାବେଶର ଆୟୋଜନ ହୋଇଯାଇଛି। କ୍ରମଶଃ ଭୁଶୁଡ଼ି ପଡୁଥିବା ଶିକ୍ଷା ବ୍ୟବସ୍ଥା ଓ ବେରୋଜଗାର ଆଦି ସମସ୍ୟା ସହ ଉତ୍ତର ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନର ସମସ୍ୟା ଗୁଡିକର ପ୍ରତିବାଦରେ ଏହି ଛାତ୍ର ସମାବେଶରେ ଭୁବନେଶ୍ୱରର ବିଭିନ୍ନ ମହାବିଦ୍ୟାଳୟରୁ ଦୁଇଶହରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ସମ୍ମିଳିତ ହୋଇଥିଲେ। ବିଦ୍ୟାର୍ଥୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ପଟିଆ କଲେଜ ଛକ ରୁ ହନୁମାନ ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ସମ୍ମିଳିତ ହୋଇଥିଲେ।

ଏହି ଅବସରରେ ବିଦ୍ୟାର୍ଥୀ ମାନେ ରାଜା ମଧୁସୂଦନ ଡିଗ୍ରୀ ମହାବିଦ୍ୟଳୟ କୁ ସ୍ଵୟଂଶାସିତ ମାନ୍ୟତା ପ୍ରଦାନ, ମହାବିଦ୍ୟାଳୟ ମାନଙ୍କରେ ସମସ୍ତ ବିଭାଗରେ ଅଧ୍ୟାପକ ନିଯୁକ୍ତି, ବିଜୁପଟନାୟକ କଲେଜ ରେ e- library ସ୍ଥାପନ , ସମସ୍ତ କ୍ୟାମ୍ପସରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ତା, ରାଗିଙ୍ଗ ସେଲ ଗୁଡିକୁ ଉଚିତ ଢଙ୍ଗରେ ପରିଚଳିତ କାରିବା, ମହର୍ଷି ମହିଳା ମହାବିଦ୍ୟାଳୟରେ ଅଧ୍ୟପାକ ନିଯୁକ୍ତି, ସବୁ କ୍ୟାମ୍ପସରେ ସିସିଟିଭି ଲଗାଇବା ଓ କ୍ୟାମ୍ପସରେ କ୍ୟାଣ୍ଟିନ ଖୋଲିବା ଆଦି ଦାବି ଉପସ୍ଥାପନ କରିଥିଲେ।

ଏହି ସମାବେଶରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କବିତା କହଁର, ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ, ବିଭାଗ ସଂଗଠନ ମନ୍ତ୍ରୀ ସୌଭାଗ୍ୟ ମହାନ୍ତି, ରାଜ୍ୟ ମିଡ଼ିଆ ସଂଯୋଜକ ବିଶ୍ୱଜିତ ପାତ୍ର, ମହାନଗର ସମ୍ପାଦିକା ଜ୍ବେଲଜାକ୍ଷୀ ସାହୁ, ବିଭାଗ ଛାତ୍ରୀ ପ୍ରମୁଖ ଶୁଭଶ୍ରୀ ସୁଆର, ଭୁବନେଶ୍ୱର ଉତ୍ତର ଜ଼ିଲ୍ଲା ସଂଯୋଜକ ସରୋଜ ମହାପାତ୍ର, ନଗର ସଭାପତି ଅଧ୍ୟପାକ ଗଣେଶ୍ୱର ବେହେରା, ନଗର ସମ୍ପାଦିକା ସୋହନି ଜେନା ଏବଂ ବିଭିନ୍ନ କ୍ୟାମ୍ପସର ଛାତ୍ର ନେତାମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.