ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆସନ୍ତା ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିବ କେଦାରନାଥ ଧାମ । ଏନେଇ କେଦାରନାଥ କମିଟି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରବଳ ଶୀତ କାରଣରୁ ଗତ ଅକ୍ଟୋବର ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ କରାଯାଇଥିଲା । ପୁଣି ଥରେ ବାବା କେଦାରନାଥଙ୍କ ଦର୍ଶନ ପାଇବେ ଲୋକେ ।
ଶ୍ରଦ୍ଧାଳୁମାନେ ପଦଯାତ୍ରା ସହ ହେଲିକପ୍ଟର ଯୋଗେ ମଧ୍ୟ କେଦାରନାଥ ପହଞ୍ଚିପାରିବେ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, ହେଲିକପ୍ଟର ଯୋଗେ କେଦାରନାଥ ଧାମକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ IRCTC ପକ୍ଷରୁ ଅନଲାଇନ ବୁକିଂର ବ୍ୟବସ୍ଥା କରାଯାଇଛି ।
ଆଗାମୀ ଚାରିଧାମ ଯାତ୍ରା ଲାଗି ମୋଟ ୬.୩୪ ଲକ୍ଷ ଭକ୍ତ ପଞ୍ଜିକୃତ କରିଥିବା ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଗତ ମାର୍ଚ୍ଚ ମାସରେ ସୂଚନା ଦେଇଥିଲା । ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ସେଥି ମଧ୍ୟରୁ କେଦାରନାଥ ପାଇଁ ୨.୪୧ ଲକ୍ଷ ଶ୍ରଦ୍ଧାଳୁ ପଞ୍ଜିକରଣ କରିଥିବା ବେଳେ ବଦ୍ରିନାଥ ଧାମ ପାଇଁ ୨.୧ ଲକ୍ଷ, ଯମୁନାତ୍ରି ପାଇଁ ପଞ୍ଚାନବେ ହଜାର ଶହେ ସାତ ଏବଂ ଗଙ୍ଗୋତ୍ରି ଯାତ୍ରା ପାଇଁ ୯୬,୪୪୯ ଜଣ ଶ୍ରଦ୍ଧାଳୁ ପଞ୍ଜିକରଣ କରିଛନ୍ତି ।