ପାରାଦୀପରେ ବରପୁତ୍ରକୁ ଅସମ୍ମାନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାରାଦୀପରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହରୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଉପବାଚସ୍ପତି ନାରାୟଣ ବୀରବର ସାମନ୍ତଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗା ଯାଇଥିବା ନେଇ ବିଜେଡି ପକ୍ଷରୁ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲା। କଳିଙ୍ଗ କର୍ଣ୍ଣଧାର କୈବର୍ତ୍ତ ପ୍ରାଥମିକ ସମବାୟ ସମିତି ସମ୍ପାଦକ ସ୍ପଷ୍ଟୀକରଣ ରଖିଛନ୍ତି। ପାରାଦୀପରେ ରହିଛି କଳିଙ୍ଗ କର୍ଣ୍ଣଧାର କୈବର୍ତ୍ତ ପ୍ରାଥମିକ ସମବାୟ ସମିତି। ତିନି ମହଲା ବିଶିଷ୍ଟ ଏହି ସମବାୟ ସମିତିର କାର୍ଯ୍ୟାଳୟର ଛାତରେ ଗୋଟିଏ ସିମେଣ୍ଟ ଡଙ୍ଗା କରାଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଉପବାଚସ୍ପତି ନାରାୟଣ ବୀରବର ସାମନ୍ତଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ୨୨ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ବିବାଦ ଦେଖାଦେଇଛି। ବିବାଦ ଏଇଥିପାଇଁ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦିଆଯାଇଥିବା ଖବର ଆସିଛି।

ଆଜି ଏନେଇ ବିଜେଡି ନେତା ତଥା ପରାଦୀପ ପୌରପରିଷଦର ଅଧ୍ୟକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଷ୍ଟେସନ୍‌ ଡାଏରୀ କରି କଳିଙ୍ଗ କର୍ଣ୍ଣଧାର କୈବର୍ତ୍ତ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଅଲେଖ ତରାଇଙ୍କୁ ପଚରାଉଚରା କରିଛି। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗାଯାଇଥିବା ନେଇ ଖବର ପ୍ରକାଶ ପାଇବା ପରେ ପ୍ରଷ୍ଟୀକରଣ ରଖିଛି କଳିଙ୍ଗ କର୍ଣ୍ଣଧାର କୈବର୍ତ୍ତ ପ୍ରାଥମିକ ସମବାୟ ସମିତି। ସମବାୟ ସମିତି ସମ୍ପାଦକ ଅଲେଖ ତରାଇଙ୍କ କହିଛନ୍ତି, ୨୨ ବର୍ଷ ତଳେ ପ୍ରତିମୂର୍ତ୍ତି ଗୁଡ଼ିକ ତିଆରି ହୋଇଥିବାରୁ ଭାଙ୍ଗିରୁଜି ଯାଇଥିଲା। ଯାହାଫଳରେ ଘର ପ୍ରତି ବିପଦ ସୃଷ୍ଟି କରୁଥିଲା। ଛାତ ଉପରେ ଥିବା କଂକ୍ରିଟ୍‌ ଡଙ୍ଗାର ଓଜନ ୧୦ ଟନ୍‌ରୁ ଅଧିକ ହେବ। ତେଣୁ ଘର ସମ୍ଭାଳିବା ଅବସ୍ଥାରେ ନଥିଲା। ତେଣୁ ଆମ ଜାତିର ଗୋଟିଏ ବିଶେଷଜ୍ଞ କମିଟି ଯାଇ ଅନୁଧ୍ୟାନ କରିଥିଲା। ତା’ପରେ ଡଙ୍ଗା ଓ ପ୍ରତିମୂର୍ତ୍ତି କାଢ଼ିଦେବା ପାଇଁ କମିଟି ନିଷ୍ପତ୍ତି ନେଇଥିଲା।

କମିଟି ନିଷ୍ପତ୍ତି ଅନୁସାରେ କୋଠାର ଛାତ ଉପରୁ ପ୍ରତିମୂର୍ତ୍ତି କଢ଼ା ଯାଇଛି। ସେହି ପ୍ରତିମୂର୍ତ୍ତି ଗୁଡ଼ିକର ଓଜନ ବହୁତ ହୋଇଥିବାରୁ ଛାତ ଉପରୁ ଓହ୍ଲାଇବା କଷ୍ଟକର। ତେଣୁ ମେଶିନ୍‌ ମାଧ୍ୟମରେ ଛାତରୁ ଓହ୍ଲାଇବୁ। ସେହି ପ୍ରତିମୂର୍ତ୍ତିଗୁଡ଼ିକୁ କୋଠାର ତଳ ମହଲାରେ ପୁନଃ ପ୍ରତିଷ୍ଠା କରାଯିବ।

Leave A Reply

Your email address will not be published.