ପଖାଳରେ ରହିଛି ଏହି ସବୁ ଜିନିଷ, ଖାଇଲେ ରହିବେ ଫିଟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପଖାଳ ଭାତ ଓଡ଼ିଆଙ୍କ ଭାରି ପସନ୍ଦ। ରାତିରେ ଯଦି ଭାତ ବଢାଯାଏ, ତେବେ ଆମମାନଙ୍କ ଭିତରୁ ଅନେକଙ୍କ ଘରେ ତାକୁ ଫୋପାଡି ଦିଆଯାଇଥାଏ । କେତେକ ଘରେ ବଳକା ଭାତକୁ ଗାଇଗୁହାଳ ଡୋଙ୍ଗାରେ ମଧ୍ୟ ଫୋପାଡି ଦିଆଯାଏ । ହେଲେ ଆପଣ ଯଦି ବାସି ଭାତର ଉପକାରିତା ସଂପର୍କରେ ଜାଣିବେ,ତେବେ କେବେ ସେଭଳି କରିବେ ନାହିଁ।
ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଖାଇଲେ ତାହା ଖୁବ୍ ଲାଭଦାୟକର୍ଥାତ୍ ଏହାକୁ ଆମେ ପଖାଳ ଭାତ ଭାବେ ଗ୍ରହଣ କରିଥାଉ। ଆମେ ଯେତେବେଳେ ଭାତ ରାନ୍ଧିଥାଉ,ସେଥିରେ ଆଇରନ୍ର ମାତ୍ରା ୩.୪ ମିଲିଗ୍ରାମ୍ ଥାଏ।ଯଦି ସମାନ ପରିମାଣର ଚାଉଳକୁ ରାତିସାରା(ଅନ୍ୟୁନ୍ ୧୨ ଘଣ୍ଟା) ଭିଜାଇ ରଖାଯାଏ,ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ୍ ହୋଇଯାଏ।

ଠିକ୍ ସେହିପରି ଏଥିରେ ସୋଡିଅମ୍,ପୋଟାସିଅମ୍ ଓ କାଲସିଅମ୍ର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ।ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ,ଦେହରେ ସ୍ଫୂର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର୍ର ସମସ୍ୟା ଥିଲେ,ତାହା ମଧ୍ୟ ଦୂରୀଭୂତ ହୋଇଥାଏ।

Leave A Reply

Your email address will not be published.