କମିଶନରେଟ ପୋଲିସ ହାତରେ ଆଉ ଏକ ବଡ ନକଲି ଚାକିରି ରାକେଟ, ୩୦୦ ଚାକିରୀ ଅଶାୟୀଙ୍କ ଠାରୁ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କମିଶନରେଟ ପୋଲିସ ହାତରେ ଆଉ ଏକ ବଡ ନକଲି ଚାକିରି ରାକେଟ। ରାକେଟର ମୁଖ୍ୟ ଖଳନାୟକ ସରକାରୀ ଅଧିକାରୀ। ରଣପୁର ସବଡିଭିଜନର ଗ୍ରାମ୍ୟ ଉନୟନ୍ନ ବିଭାଗ ଜୁନିଅର ଆସିଷ୍ଟାଣ୍ଟ ବିଭୂତି ଭୂଷଣ ମିଶ୍ରକୁ ଗିରଫ କରିଛି ଳକ୍ଷ୍ମୀସାଗର ଥାନା ପୋଲିସ। ୩୦୦ ଚାକିରୀ ଅଶାୟୀଙ୍କ ଠାରୁ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ନିଜର ସରକାରୀ ଚାକିରୀ ଦେଖାଇ ବିଶ୍ଵାସ ଜନ୍ମାଉ ଥିଲେ ଠକ ବିଭୂତି। ଆଉ ଫେକ ସରକାରୀ ଷ୍ଟାମ୍ପ ମାରି ଅପଏଣ୍ଟମେଣ୍ଟ ଲେଟର ଆଉ ସର୍ଭିସ ବୁକ୍ ଦେଉଥିଲା ଠକ। ଏହା ସହ କଟକରେ ଆଞ୍ଚଳିକ ନିଯୁକ୍ତି ସୂଚନା କେନ୍ଦ୍ର ନାମକ ଏକ କନସଲଟାନ୍ସି ଖୋଲି ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଥିଲେ।

ଗ୍ରାମ୍ୟ ଉନୟନ୍ନ ବିଭାଗରେ ଜେଇ, ଏସଡ଼ିଓ, ଆସିଷ୍ଟାଣ୍ଡ ଇଞ୍ଜିନିୟର ପଦବୀରେ ଚାକିରୀ ପାଇଁ ନେଇଥିଲା ଟଙ୍କା। ଅଭିଯୁକ୍ତ ଅନେକ ଏଜେଣ୍ଟଙ୍କ ମାଧ୍ୟମରେ ଛତ୍ରଛାତ୍ରୀଙ୍କ ଠାରୁ ସଂଗ୍ରହ କରୁଥିଲା। ପୁରୀରୁ ରହି ଅପରେଟ୍ କରୁଥିଲା ରାକେଟ। ଳକ୍ଷ୍ମୀସାଗର ଥାନରେ ପିତବାସ ସାହୁଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ପିତବାସଙ୍କୁ ନକଲି ସର୍ଭିସ ବୁକ୍ ଦେଇ 15 ଲକ୍ଷ ଠକିଥିବା ସେ ଅଭିଯୋଗ କରିଛନ୍ତି। 2014ରୁ ସମସ୍ତଙ୍କ ଠାରୁ ଟଙ୍କା ନେଇଥିଲା ଏହି ରାକେଟ ଚଳାଉଥିଳା ଅଭିଯୁକ୍ତ।

Leave A Reply

Your email address will not be published.