ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଲା ବର୍ଷା ଅନୁଭବ ବିବାଦ। ଗତକାଲି ବର୍ଷା କହିଥିଲେ ଅପପ୍ରଚାର ହେଉଛି ଯଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ଏହାକୁ ନେଇ ଅନୁଭବ ଟ୍ୱିଟ କରି କହିଛନ୍ତି, ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆଣପଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଷ୍ଟମ ବସନ୍ତ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଯୋଗଦେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜର ବକ୍ତବ୍ୟ ରଖିଥିଲେ। ଆଉ ନିଜ ଅଭିଭାଷଣରେ ନିଜକୁ ପୀଡ଼ିତା ବୋଲି କହିଥିଲେ ବର୍ଷା । ଏଥିସହ କହିଥିଲେ, ସେ ମିଥ୍ୟା ଅପପ୍ରଚାର ଶିକାର ହୋଇଛନ୍ତି। ଅନେକ ଭିତ୍ତିହୀନ ଆଲୋଚନା ଥିବାରୁ ସେ ପ୍ରତିକ୍ରିୟା ରଖିପାରିନାହାନ୍ତି ବୋଲି କହିବା ସହିତ ନକରାତ୍ମକ ଦିଗକୁ ସେ ଗ୍ରହଣ କରନ୍ତି ନାହିଁ ବୋଲି ବର୍ଷା କହିଛନ୍ତି।ଅନୁଭବଙ୍କ ନାଁ ନ ନେଇ ବର୍ଷା କହିଥିଲେ ଯେ, ଯେକୌଣସି ସମୟରେ ବାତ୍ୟା ଆସିପାରେ ଏବଂ କାହାର ଜୀବନ ବଦଳାଇ ଦେଇପାରେ। କଠିନ ସମୟରେ ଧୈର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ବର୍ଷା ଏବଂ ଛାତ୍ରୀଙ୍କୁ ସକାରାତ୍ମକ ରହିବା ଏବଂ ଭଲ ସମୟ ଆସିବା ଯାଏ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ।
କେବଳ ଏତିକି ନୁହେଁ, ନିଜର ସୋସିଆଲ ମିଡିଆ ଆକ୍ଟିଭିଟି ଏବଂ ପ୍ରଦର୍ଶନ ପାଇଁ ତାଙ୍କୁ ସମାଲୋଚନା କରୁଥିବା ଟ୍ରୋଲର୍ସଙ୍କ ବିଷୟରେ ବର୍ଷା କହିଥିଲେ ଯେ, ସେ ନିଜ ଫ୍ୟାନଙ୍କୁ ଅପଡେଟ୍ ରଖିବା ପାଇଁ ନିଜର ସାମାଜିକ କାର୍ଯ୍ୟ ବିଷୟରେ ସୋଶିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ, କିନ୍ତୁ କିଛି ଲୋକ ତାଙ୍କୁ ରାଜନୈତିକ ଫାଇଦା ପାଇଁ ଏପରି କରୁଥିବା ଅଭିଯୋଗ କରିଛନ୍ତି। ବର୍ଷାଙ୍କର ଏହି ଅଭିଭାଷଣ ପରେ ଅନୁଭବଙ୍କ ଟ୍ବିଟ୍, ପୁଣିଥିରେ ଉଭୟଙ୍କ ଭିତରେ ଥିବା ପାରିବାରିକ ବିବାଦ ଓ ମନୋମାଳିନ୍ୟକୁ ଅଧିକ ତୀବ୍ର କରିଦେଇଛି ।