ରେଳମନ୍ତ୍ରୀ ନେଲେ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାତ୍ରୀ ଏବଂ କର୍ମଚାରୀମାନଙ୍କ ସୁବିଧାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଉଛି । ତେବେ କିଛି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଭାରତୀୟ ରେଳବାଇର ବହୁ ପୁରୁଣା ସାମନ୍ତୀ ପ୍ରଥା ଉପରେ ରୋକ ଲଗାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ରେଳ ମନ୍ତଣାଳୟ ଏବଂ ଦେଶର ରେଲୱେ ଜିଏ କାର୍ଯ୍ୟାଳୟରେ ଆରପିଏଫ ଯବାନମାନେ ନିୟୋଜିତ ହୋଇ ରହିଥାନ୍ତି। ତେବେ କେବଳ ସାଲ୍ୟୁଟ କରିବା ହେଉଛି ଏମାନଙ୍କର କାମ। ରେଳବାଇରେ ଏହି ପରମ୍ପରା ବହୁ ପୁରୁଣା ଏବଂ ଇଂରେଜ ଶାସନ କାଳରୁ ଏହି ପ୍ରଥା ଚାଲି ଆସୁଛି ।

କିନ୍ତୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସାମନ୍ତୀ ପ୍ରଥାକୁ ବନ୍ଦ କରିବା ପାଇଁ ଆଦେଶ ଜାରି କରିଛନ୍ତି ।  ରେଳ ମନ୍ତ୍ରଣାଳୟରେ ରେଳମନ୍ତ୍ରୀ ଏବଂ ବୋର୍ଡ ମେମ୍ବର ପାଇଁ ସ୍ୱତନ୍ତ୍ର ଗେଟ୍ ରହିଥାଏ, ଏହାଦ୍ୱାରା ଆରପିଏଫର ସାଲ୍ୟୁଟ ଦେଉଥିବା ଯବାନ୍ ସ୍ୱତନ୍ତ୍ର ପୋଷାକରେ ନିୟୋଜିତ ରହୁଥିଲେ । ରେଲୱେର ସମସ୍ତ ଜୋନାଲ ଅଫିସରେ ଏହି ବ୍ୟବସ୍ଥା ଲାଗୁ ହେଉଥିଲା, କିନ୍ତୁ ନିକଟରେ ଏହାକୁ ତତ୍କାଳ ପ୍ରଭାବରେ ଶେଷ କରାଯାଇଛି ।ଅନ୍ୟ ପକ୍ଷରେ ଭାରତୀୟ ରେଳବାଇରେ ବୟସ୍କମାନଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତିକୁ ପୁଣିଥରେ ଆରମ୍ଭ କରିବା ପାଇଁ ଆଲୋଚନା କରାଯାଉଛି । ତେବେ ଏହି ରିହାତି ନ ଦେଉଥିବାରୁ ଭାରତୀୟ ରେଳ ଖୁବ ସମାଲୋଚନାର ଶିକାର ହୋଇଥିଲା ।

ତେବେ ପରିବର୍ତ୍ତନ ପରେ ଟିକେଟ ରିହାତି ପାଇଁ ବୟସସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ । ଏହି ସୁବିଧା କେବକଳ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ କରାଯାଇପାରେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.