ଝାରସୁଗୁଡା ଉପ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ମନମୋହନ ସ୍କୁଲ ରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ଏହି ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନୀ ପତି, କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ, କଂଗ୍ରେସ ର ବରିଷ୍ଠ ନେତା ବିଜୟ ପଟନାୟକ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ଆମର ଇଲେକ୍ସନ ଫାଇଟ ବିଜେଡି ସାଙ୍ଗରେ ହେବ ଏବଂ ହଜାର ହଜାର ସମର୍ଥକ ଙ୍କର ଗହଳି କହୁଛି ଆମକୁ ଲୋକେ କେତେ ସମର୍ଥନ କରିଛନ୍ତି। ବୋଲି ତରୁଣ ପାଣ୍ଡେ କହିଛନ୍ତି। ସେହିପରି ଶରତ ପଟ୍ଟନାୟକ କହିଛନ୍ତି ଝାରସୁଗୁଡା ରେ ଏଥର କଂଗ୍ରେସ ବାଜିମାତ କରିବ। ସେହିପରି ତାରାବାହିନୀ ପତି କହିଛନ୍ତି ଜିଲ୍ଲାରେ ଯଦି କେବିନେଟ ମନ୍ତ୍ରୀ ଙ୍କର ହତ୍ୟା ହେଉଛି ତେବେ ଜିଲ୍ଲାର ଆଇନ ଶୃଙ୍ଖଳା ସମ୍ପୂର୍ଣ ରୂପେ ଭୁଶୁଡ଼ି ପଡ଼ିଛି। ତେଣୁ ଜିଲ୍ଲାରେ କଂଗ୍ରେସ ଜିତିବାର ଆବଶ୍ୟକତା ଅଛି।

 

Leave A Reply

Your email address will not be published.