ଅଗ୍ନିଶମ ସେବା ସପ୍ତାହ ପାଳିତ:ବରମୁଣ୍ଡାରୁ କଳ୍ପନା ଦମକଳ କେନ୍ଦ୍ର ଯାଏଁ ଦୌଡିଲେ ୧୫୦ ଜଣ ଅଂଶ ଗ୍ରହଣକାରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ଅଗ୍ନିଶମ ସେବା ସପ୍ତାହ ଅବସରରେ ଅଗ୍ନି ସଚେତନତା ଓ ଗଣ ଦୌଡ଼। ଅଗ୍ନିଶମ ଡ଼ିଜି ସନ୍ତୋଷ ଉପାଧ୍ୟୟ, ଡିଆଇଜି ଓ ଆଥଲେଟିକ ଅନୁରାଧା ବିଶ୍ୱାଳ ଗଣ ଦୌଡ଼ ଫ୍ଲାଗ ଅପ କରଛନ୍ତି। ଅଗ୍ନିଶମ ଓ ବିପତି ନିସ୍ତାର ପ୍ରତିଷ୍ଠାନ ବରମୁଣ୍ଡା ରୁ ବାହାରି କଳ୍ପନା ଦମକଳ କେନ୍ଦ୍ରରେ ପହଞ୍ଚି ଛନ୍ତି। ଗଣ ଦୌଡ଼ରେ ୧୫୦ ଜଣ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବର୍ଗର ଅଗ୍ନିଶମ ଓ ଜରୁରୀ କାଳୀନ ସେବା ଯାନ ଗୁଡିକ ରାଲିରେ ସାମିଲ ହୋଇଥିଲ। ଗଣ ଦୌଡ଼ କରିବା ପଛରେ ମୁଖ୍ୟ ଉଦେଶ୍ୟ ହେଉଛି ଜନ ସଧାରଣଙ୍କ ମଧ୍ୟରେ ଅଗ୍ନି ସଚେତନତା ସୃଷ୍ଟି କରିବା। ଆଗ୍ନିକ ମାନେ ହାତରେ ପ୍ଲାକର୍ଡ଼ କରି ପ୍ରଦଶନ କରିଥିଲେ। ଗଣ ଦୌଡ଼ ସମୟରେ ସୁରକ୍ଷା ଟିପସ ଓ ଲିଫଲେଟ ଜଣ ସାଧାରଣ ଙ୍କୁ ବଣ୍ଟନ କରାଯାଇଥିଲା। ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା କେବଳ ନିଆଁ ଲିଭାଇବା ନୁହେ ଦୃଘଟଣା ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହେଉଛି। ଲୋକଙ୍କ ଧନ ଜୀବନ ସୁରକ୍ଷିତ ରଖିବା ଆଗ୍ନିକ କାମ। ଆଗାମୀ ଦିନରେ ନୂଆ ଯାନ ସାମିଲ ହେବ। ସେହି ଦୃଘଟଣା ସ୍ଥଳରେ ଉଦ୍ଧାର କରିବା ସହିତ ଗାଡିରର ପ୍ରାଥମିକ ଆସୁ ଚିକିତ୍ସା ଦିଆଯିବ । ଆସନ୍ତା 20 ପଯ୍ୟନ୍ତ ଚାଲିବ ଅଗ୍ନିଶମ ସେବା ସପ୍ତାହ ।

Leave A Reply

Your email address will not be published.