ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠୁ ପୁଣି ହେବ ସକାଳୁଆ ସ୍କୁଲ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ କ୍ଲାସ୍ ହେବ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କାଲିଠୁ ପୁଣି ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ କ୍ଲାସ୍ ହେବ । ସକାଳ ସାଢ଼େ ୬ଟାରୁ ୧୧ଟା ପର୍ଯ୍ୟନ୍ତ ହେବ ପାଠପଢ଼ା । ପୂର୍ବରୁ ସକାଳୁଆ ସ୍କୁଲ ଘୋଷଣା ହୋଇଥିଲା । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବନ୍ଦ ହୋଇଥିଲା ସ୍କୁଲ । ଜାପାନ ଗସ୍ତରୁ ଫେରି ଗ୍ରୀଷ୍ମ ପ୍ରବାହ ସ୍ଥିତି ସମୀକ୍ଷା ପରେ ସ୍କୁଲ ଛୁଟି ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏପ୍ରିଲ ୧୭ରୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ। ସ୍ଥଳବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ସ୍କୁଲ କର୍ତ୍ତୃପକ୍ଷ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ପଦକ୍ଷେପ ନେବାକୁ କୁହାଯାଇଛି।
ଆଜି ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି କରାଯାଇଥିଲା । ଆଜିଠାରୁ ତାତି କମିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁଣି ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବିଦ୍ୟାଳୟ ଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାବା ପାଇଁ ସ୍କୁଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।