ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିଦ୍ୟାଳୟରେ ପଢ଼ାଯିବ ସଡ଼କ ସୁରକ୍ଷା ନିୟମ। ସ୍କୁଲ ପିଲାଙ୍କୁ ସଡକ ଦୁର୍ଘଟଣା ନେଇ ସଚେତନ କରିବାକୁ ନିଷ୍ପତ୍ତି । ଆସନ୍ତା ୨୨ ତାରିଖରେ ପ୍ରଥମରୁ ଦଶମ ଶ୍ରେଣୀର ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ସଚେତନ କରାଯିବ । ଅନେକ ସମୟରେ ସ୍କୁଲ ପିଲାମାନେ ରାସ୍ତାରେ ଯିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଯାହା ଟ୍ରାଫିକ ନିୟମ ଉପରେ ସଚେତନତାର ଅଭାବ ଦେଖିବାକୁ ମିଳିଛି । ଏଭଳି ଘଟଣା ପଛରେ ଏକ ପ୍ରମୁଖ କାରଣ ହେଉଛି ପିଲାଙ୍କୁ ସଚେତନତାର ଅଭାବ। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପିଲାଙ୍କୁ ସଡ଼କ ଦୁର୍ଘଟଣା ନେଇ ସଚେତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଓଷେପା ପ୍ରକଳ୍ପ ନିର୍ଦ୍ଦେଶକ । ଆସନ୍ତା ୨୨ ତାରିଖରେ ପ୍ରଥମରୁ ଦଶମ ଶ୍ରେଣୀର ପିଲାଙ୍କୁ ସଚେତନ କରାଯିବ । ତେବେ ଏହି ଦିନର ଶେଷ ପିରିୟଡ଼ରେ ସଚେତନ କାର୍ଯ୍ୟକ୍ରମ କରାଯିବ । ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଭିଭାବକଙ୍କ ସହ ପିଲାମାନେ ମଧ୍ୟ ଉପସ୍ଥିତ ରହିବେ ଏବଂ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ସଚେତନ କରାଇବେ ।
ସ୍କୁଲ ପିଲାଙ୍କୁ ସଡ଼କ ଦୁର୍ଘଟଣା ନେଇ କରାଯିବ ସଚେତନ ପିଲାମାନଙ୍କ ପାଇଁ ସଡକ ସୁରକ୍ଷା ନିୟମ କାର୍ଯ୍ୟକ୍ରମର ନିୟମାବଳୀ ଆସନ୍ତା ଏପ୍ରିଲ ୨୨ ତାରିଖରେ (ଶନିବାର ) ପ୍ରତ୍ୟେକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ନିର୍ଦ୍ଧାରିତ ତାରିଖର ଶେଷ ପିରିୟଡରେ ଆଲୋଚନା କରାଯିବ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କର ପିତାମାତାଙ୍କ ସହିତ ଯୋଗ ଦେବେ । ଜିଲ୍ଲାରେ ଥିବା ହେଲ୍ପଲାଇନର ନୋଡାଲ ଅଫିସର ଆବଶ୍ୟକତା ଅନୁଯାୟୀ ବିଷୟବସ୍ତୁ ଓ ନିୟମାବଳୀକୁ ପ୍ରତ୍ୟେକ ବିଦ୍ୟାଳୟରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଆଲୋଚନା କରିବାପାଇଁ ଦାୟିତ୍ଵ ଦିଆଯିବ। ଆଲୋଚନା କରିବା ସମୟରେ ବିଭିନ୍ନ ଟ୍ରାଫିକ ନିୟମର ଚିତ୍ର ଗୁଡ଼ିକ କଳାପଟାରେ ଆଙ୍କି ବୁଝେଇବେ । ବିଦ୍ୟାଳୟ ସ୍ତରରେ ଏହି କାର୍ଯ୍ୟକ୍ରମ ଯେପରି ସୁଚାରୁରୂପେ ପରିଚାଳନା କରାଯିବ ସେନେଇ ଜିଲ୍ଲା ନୋଡାଲ ଅଫିସରମାନେ ଦୃଷ୍ଟି ଦେବେ । ତେବେ ଏହି କାର୍ଯ୍ୟକ୍ରମର ଫଟୋ ଉଠାଇ gouriprava1064@gmail.com ମେଲରେ ପିଠାଇବା ବ୍ୟବସ୍ଥା କରିବେ ଜିଲ୍ଲା ନୋଡାଲ ଅଫିସର ।