କର୍ଣ୍ଣାଟକରେ ଆମ ସରକାର ଗଠନ ହେଲେ, ପ୍ରତିଶ୍ରୁତିରେ ବିଳମ୍ବ ହେବ ନାହିଁ : ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯଦି ଆମ ସରକାର ଗଠନ ହୁଏ ତେବେ ଆମେ ଖୁବ୍‌ଶୀଘ୍ର ସମସ୍ତ କାର୍ଯ୍ୟ କରିବୁ, କୌଣସି ପ୍ରତିଶ୍ରୁତିରେ ବିଳମ୍ବ ହେବ ନାହିଁ , ଆମେ ସବୁ ପ୍ରତିଶ୍ରୁତି ପୂରଣ କରିବୁ। ଏଥିସହ ଜନତାଙ୍କ ସମ୍ମୁଖରେ ରାହୁଲ ପୁଣିଥରେ ଆଦାନୀ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଦାନୀଙ୍କ ଭଳି ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ କର୍ନାଟକରେ ଭାଜପା ସରକାର କ’ଣ କାମ କରିଛନ୍ତି? ସେ ୪୦ ପ୍ରତିଶତ କମିଶନ ଖାଇଛନ୍ତି। ଅନ୍ୟପଟେ, ରାହୁଲ କଂଗ୍ରେସର ପ୍ରତିଶ୍ରୁତିକୁ ଦୋହରାଇ କହିଛନ୍ତି, ଆମେ କର୍ନାଟକବାସୀଙ୍କୁ ୪ଟି ପ୍ରତିଶ୍ରୁତି ଦେଇଛୁ। ପ୍ରଥମଟି ହେଉଛି ପ୍ରତ୍ୟେକ ପରିବାରକୁ ୨୦୦ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଦିଆଯିବ। ଦ୍ୱିତୀୟଟି ହେଉଛି ପ୍ରତ୍ୟେକ ମହିଳାଙ୍କୁ ୨୦୦୦ଟଙ୍କା ଦିଆଯିବ।

ସେହିପରି ତୃତୀୟ ପ୍ରତିଶ୍ରୁତି ହେଉଛି ପ୍ରତ୍ୟେକ ପରିବାରକୁ ୧୦ କିଲୋଗ୍ରାମ ଚାଉଳ ମାଗଣାରେ ଦିଆଯିବ ଏବଂ ଚତୁର୍ଥଟି ହେଉଛି କର୍ନାଟକର ପ୍ରତ୍ୟେକ ଗ୍ରାଜୁଏଟ୍‌ଙ୍କୁ ୨ ବର୍ଷ ପାଇଁ ୩୦୦୦ ଟଙ୍କା ଏବଂ ଡିପ୍ଲୋମା କରିଥିବା ପିଲାଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯିବ। ତେବେ କର୍ଣ୍ଣାଟକ ନିର୍ବାଚନରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.