ସମ୍ବଲପୁର ହିଂସା, ବଢ଼ିଲା କର୍ଫ୍ୟୁ କୋହଳ ଅବଧି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସମ୍ବଲପୁର ହିଂସାକୁ ଆୟତ୍ତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରହିଛି ।  ଏହାରି ଭିତରେ ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ବଢିଛି । ଆସନ୍ତାକାଲିଠୁ ଅଧିକ ସମୟ କର୍ଫ୍ୟୁ କୋହଳ କଲା ଜିଲ୍ଲା ପ୍ରଶାସନ । ସକାଳେ ୪ ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି । ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।

କାଲି ସମ୍ବଲପୁରରେ ରହିବେ ପୋଲିସ ଡିଜି ସୁନୀଲ ବଂଶଲ ଓ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ । ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ରହି ଘଟଣା ଉପରେ ନଜର ରଖିଛନ୍ତି । ସମ୍ବଲପୁର ଏସପି କହିଛନ୍ତି, ଗଣ୍ଡଗୋଳକାରୀ ଯେଉଁଭଳି ପେଟ୍ରୋଲ ବୋମା ଷ୍ଟକ କରି ରଖିଥିଲେ ସେଥିରୁ ଏହା ଯୋଜନାବଦ୍ଧ ଅପରାଧ ବୋଲି ଜଣାପଡୁଛି ।ଗଣ୍ଡଗୋଳ ପରେ ଘରକୁ ଘର ତଲାସୀ କରାଯାଇଛି । ଯେଉଁମାନଙ୍କ ଘରୁ ପେଟ୍ରୋଲ ବୋମା ଜବତ କରାଯାଇଛି ସେମାନଙ୍କୁ ଚିହ୍ନଟ କରାଯାଇଛି ।

ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ । ସରକାରୀ ଜାଗା କବଜା କରିଥିବେ କିମ୍ବା ସଂଗଠିତ ଅପରାଧରେ ସଂପୃକ୍ତ ଥିଲେ ସେମାନଙ୍କ ଘର ଉପରେ ବୁଲଡୋଜର ଚଢ଼ିବ । କେମିତି ଗଣ୍ଡଗୋଳ ହେଲା ତାର ତଦନ୍ତ ଚାଲିଛି । ଏଥିରେ କାହାର ତ୍ରୁଟି ରହିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.