ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶକୁ ନେଇ କ’ଣ କହିଲେ ବୋର୍ଡ ସଭାପତି?

0

ଓଡିଆ ନ୍ୟୁଜ (ବ୍ୟୁରୋ): ଶେଷ ହୋଇଛି ମକାଟ୍ରିକ୍‌ ଖାତା ଦେଖା । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ମେ’ ତୃତୀୟ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବା ନେଇ ସୂଚନା ମିଳିଛି । ତ୍ରୁଟି ଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁରୁଖୁରୁରେ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶେଷ ହୋଇଛି । ପୂର୍ବ ନିର୍ଦ୍ଧାରିତ ୧୨ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଖାତାଦେଖା କାର୍ଯ୍ୟ ଶେଷ ହେବା ପରେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତବର୍ଷ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଖାତାଦେଖା ପାଇଁ ୧୩ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିଲା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଗତ ୩ ତାରିଖରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତ୍ରୁଟିଶୂନ୍ୟ ଫଳ ପ୍ରକାଶ କରିବାକୁ ବୋର୍ଡ଼ ସମସ୍ତ ପ୍ରକାର ଚେଷ୍ଟା କରୁଛି ।

ସେହିପରି ସାମାଜିକ ବିଜ୍ଞାନ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀଙ୍କର ଅର୍ଥାତ କେବଳ ଈ ସେଟରେ ଯେଉଁ ତ୍ରୁଟି ରହିଥିଲା, ତାହାର ସମାଧାନ କରାଯାଇଛି । ଅର୍ଥାତ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଛି । ଫଳରେ କୌଣସି ଛାତ୍ରଛାତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ବୋର୍ଡ ସଭାପତି କହିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ମାର୍ଚ୍ଚ ୨୦ ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ଏପ୍ରିଲ ୩ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତ୍ରୁଟିଶୂନ୍ୟ ଫଳ ପ୍ରକାଶ କରିବାକୁ ବୋର୍ଡ଼ ସମସ୍ତ ପ୍ରକାର ଚେଷ୍ଟା କରୁଥିବା ବୋର୍ଡ଼ ସଭାପତି କହିଛନ୍ତି । ସେହିପରି ସାମାଜିକ ବିଜ୍ଞାନ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀଙ୍କର ଅର୍ଥାତ କେବଳ ଈ ସେଟରେ ଯେଉଁ ତ୍ରୁଟି ରହିଥିଲା,ତାହାର ସମାଧାନ କରାଯାଇଛି । ଅର୍ଥାତ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଛି ।

ବୋର୍ଡ ସଭାପତି କହିଛନ୍ତି ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ମାର୍ଚ୍ଚ ୨୦ ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ଏପ୍ରିଲ ୩ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୋଟ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ କରାଯାଇ ଖାତା ଦେଖା ଶେଷ ହୋଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ୧୨ ଦିନ ଭିତରେ ଅର୍ଥାତ ୧୫ ତାରିଖ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିଛି ବୋର୍ଡ । ମେ’ ତୃତୀୟ ସପ୍ତାହ ସୁଦ୍ଧା କିମ୍ବା ଜୁନ ମାସ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.