ଚିନ୍ତା ବଢ଼ାଇଲାଣି କରୋନା, ଆଜି ଦେଶରେ ୧୧,୬୯୨ କରୋନା ପଜିଟିଭ ଚିହ୍ନଟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶ​‌ରେ ୧୧,୬୯୨ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଯେଉଁଥିରେ କେବଳ କେରଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬,୧୭୦ ହୋଇଛି।

ତେବେ ଏହା ଗତକାଲିର ସଂକ୍ରମିତଙ୍କ ଅପେକ୍ଷା କମ୍। ସୂଚନାଥାଉ ଗୁରୁବାର ଦେଶରେ ୧୨, ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିଲେ।ବର୍ତ୍ତମାନ ସମୟରେ ଦୈନକ ୨,୨୯,୭୩୯ ଟେଷ୍ଟ କରାଯାଉଛି। ଦୈନିକ ସଂକ୍ରମଣ ହାର ୫.୦୯ ପ୍ରତିଶତ ରହିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାର ୫.୩୩ ପ୍ରତିଶତ ରହିଛି। ସୁସ୍ଥ ହାର ବର୍ତ୍ତମାନ ୯୮.୬୭ ପ୍ରତିଶତ ରହିଛି। ଦେଶରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସମୁଦାୟ ସଂଖ୍ୟା ୪,୪୨,୭୨,୨୫୬ ହୋଇଛି। ସେପଟେ ୨୨୦.୬୬ କୋଟି କୋଭିଡ୍‌ ଭାକ୍ସିନ୍‌ ଡୋଜ୍ ଦିଆଯାଇସାରିଛି। ଗତ ୨୪ ଘଣ୍ଟାରେ ୩,୬୪୭ ଡୋଜ୍ ନେଇଛନ୍ତି।

ତେବେ ସତର୍କ ରହିବାକୁ ଓ କୋଭିଡ ନିୟମ ମାନିବାକୁ ସରକାର ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.