ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ସ୍ବତନ୍ତ୍ର ଭାବେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି ।ଏ ନେଇ ସୂଚନା ଦେଇଛନ୍ତି ବାଇଡେନଙ୍କ ଦକ୍ଷିଣ ଓ ମଧ୍ୟ ଏସିଆ ଉପ ସଚିବ ଡୋନାଲ୍ଡ ଲୁ ।
ଡୋନାଲ୍ଡ ଲୁ କହିଛନ୍ତି, ‘ଚଳିତ ବର୍ଷ ଉଭୟ ଭାରତ ଓ ଆମେରିକା ପାଇଁ ବଡ ହେବାକୁ ଯାଉଛି । ଭାରତ ଜି-୨୦ ସମିଟ୍ ଆୟୋଜନ କରିବାକୁ ଯାଉଛି । ସେହିଭଳି ଆମେରିକା APEC ଆୟୋଜନ କରିବାକୁ ଯାଉଥିବା ବେଳେ ଜାପାନ ଜି୭ ବୈଠକ ଆୟୋଜନ କରିବ । ଦେଶଗୁଡିକୁ ପରସ୍ପର ପ୍ରତି ନିକଟତର କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ନିହାତି ଭାବେ ସକାରାତ୍ମକ ପ୍ରଭାବ ପକାଇବ’। ସେ ଆହୁରି madକହିଛନ୍ତି, ‘ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଜି-୨୦ ସମିଟ୍ ପାଇଁ ଏହା ହେଉଛି ବାଇଡେନଙ୍କ ପ୍ରଥମ ଭାରତ ଗସ୍ତ । ଆସନ୍ତା କିଛି ମାସ ମଧ୍ୟରେ ଅନେକ କିଛି ହେବାକୁ ଯାଉଛି । ଯେଉଁଥି ପାଇଁ କି ସମସ୍ତେ ଉତ୍ସାହିତ ଅଛନ୍ତି’। ଚଳିତ ବର୍ଷ ଆମେରିକାର ଅନେକ ବରିଷ୍ଠ ଅଧିକାରୀ ଭାରତ ଆସିଛନ୍ତି । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଷ୍ଟେଟ୍ ସେକ୍ରେଟେରୀ ଟୋନୀ ବ୍ଲିଙ୍କେନ୍, ଟ୍ରେଜେରୀ ସେକ୍ରେଟେରୀ ଜନେଟ୍ ୟେଲେନ୍ ଓ
ବାଣିଜ୍ୟ ସଚିବ ଗିନା ରାଇମୋଣ୍ଡୋ ଭାରତ ଗସ୍ତରେ ଆସିଥିଲେ । ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କ, ବ୍ୟବସାୟିକ କାରବାର ତଥା ସୁରକ୍ଷା ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା ।