ଯଦି ଆମେ କେନ୍ଦ୍ରରେ କ୍ଷମତାକୁ ଆସୁ ତେବେ ଏହି ଜିଏସଟିକୁ ପରିବର୍ତ୍ତନ କରିବୁ : ରାହୁଲ ଗାନ୍ଧି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି  କର୍ଣ୍ଣାଟକ ବିଧାନସଭା ନିର୍ବାଚନ , ନିର୍ବାଚନ ଯେତେ ନିକଟତର ହେଉଛି,  ରାଜନୀତି ସେତେ ସରଗରମ ହେଉଛି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି। ବର୍ତ୍ତମାନ ରାହୁଲ ଗନ୍ଧୀ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।

ରାହୁଲ କହିଛନ୍ତି, କେନ୍ଦ୍ର ସରକାର କୃଷକଙ୍କ ଦୁଃଖ ବୁଝୁ ନାହାନ୍ତି। ସରକାର ବର୍ତ୍ତମାନ କେବଳ ଗୋଟିଏ ଦୁଇଟି ଶିଳ୍ପପତିମାନଙ୍କୁ ଧ୍ୟାନ ଦେଉଛନ୍ତି, ତେଣୁ କୃଷକଙ୍କ ଲାଭ ପାଇଁ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ରାହୁଲ କହିଛନ୍ତି।’ବର୍ତ୍ତମାନ ଆଦାନି ଓ ଅମ୍ୱାନି ବ୍ୟାଙ୍କକୁ ଗଲେ ହଜାର ହଜାର କୋଟି ଟଙ୍କାର ଋଣ ସୁବିଧାରେ ପାଇ ପାରୁଛନ୍ତି। ସେମାନଙ୍କୁ ସହଜରେ ଋଣ ଛାଡ଼ କରାଯାଉଛି ହେଲେ ଗରିବ କୃଷକମାନଙ୍କୁ ଋଣ ଛାଡ଼ କରାଯାଉ ନାହିଁ।’ ସେଥିପାଇଁ ମୁଁ କହୁଛି ଋଣ ଦେବା କ୍ଷେତ୍ରରେ ସମାନତା ରହିବାର ଆବଶ୍ୟକତା ରହିଛି।

ଏହା ସହିତ  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବଡ଼ ବଡ଼ ଶିଳ୍ପପତିଙ୍କ ଋଣ ଛାଡ଼ କରାଯାଉଛି ତେବେ କୃଷକଙ୍କ ଋଣ ମାଧ୍ୟ ଛାଡ଼ କରାଯାଉ ବୋଲି ସେ କହିଛନ୍ତି। ସୋମବାର ବେନଲାଗବି ରାମଦୁର୍ଗରେ ଗନ୍ନା କୃଷକଙ୍କୁ ସମ୍ୱୋଧିତ କରିବା ସମୟରେ ରାହୁଲ କହିଛନ୍ତି, ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସେ ତେବେ ଦଳ କୃଷକଙ୍କ ପାଇଁ ଆଗ କାମ କରିବ। ଏହା ସତ ଯେ କୃଷକଙ୍କୁ ଉଚିତ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ। ଗ୍ୟାସ ସିଲିଣ୍ଡର ଲଗାତାର ବଢ଼ିବାରେ ଲାଗିଛି। ଆପଣଙ୍କ ପକେଟରୁ ପଇସା ଖାଲି ହେଉଛି।

ଆମକୁ କୃଷକମାନଙ୍କ ମାର୍କେଟିଂ ବଢ଼ାଇବାର ଆବଶ୍ୟକ ଅଛି ବୋଲି ରାହୁଲ କହିଛନ୍ତି। ରାହୁଲ ଆହୁରି ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଯେଉଁ ଜିଏସଟି ଲାଗୁ କରିଛନ୍ତି, ଏହା କିଛି ଲୋକଙ୍କ ପାଇଁ କରିଛନ୍ତି। ଏହି ଜିଏସଟି ଅଣାଯାଇଛି କେବଳ ପ୍ରଭାବଶାଳୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ। ଏହା ଏତେ ଜଟିଳ ଯେ ବହୁଲ ଲୋକ ଏହାକୁ ବୁଝି ପାରୁନାହାନ୍ତି। ଫଳରେ କ୍ଷୁଦ୍ର ବ୍ୟବସାୟ ଏହା ଦ୍ୱାରା ବନ୍ଦ ହୋଇଯାଇଛି। ଯଦି ଆମେ କେନ୍ଦ୍ରରେ କ୍ଷମତାକୁ ଆସୁ ତେବେ ଏହି ଜିଏସଟିକୁ ପରିବର୍ତ୍ତନ କରିବୁ। ଗୋଟିଏ ଟ୍ୟାକ୍ସ ହେବ ଏବଂ ଏହା ସର୍ବନିମ୍ନ ହେବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Leave A Reply

Your email address will not be published.