ଓଡିଶାରେ ପୁଣି ଉପରମୁହାଁ କରୋନା, ଆଜି ରାଜ୍ୟରେ ୩୯୩ କୋଭିଡ ପଜିଟିଭ୍‌ ଚିହ୍ନଟ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଏହା ସରକାରଙ୍କ ଚିନ୍ତାର କାରର ପାଳଟିଳାଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ରେ ୭୧, କଟକ ୬୫, ମୟୂରଭଞ୍ଜ ୨୮,ବଲାଙ୍ଗୀର ୨୧, ଖୋର୍ଦ୍ଧାରେ ୨୭, ଅନୁଗୁଳରୁ ୨ ଜଣ, ବରଗଡରୁ ୩ ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୬ ଜଣ, ଦେଓଗଡରୁ ୩ ଜଣ, ଜଗତ୍ସିଂହପୁରରୁ ୪ ଜଣ, ଯାଜପୁରରୁ ୧ ଜଣ, ଝାରସୁଗୁଡାରୁ ୧ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରପଡାରୁ ୧ ଜଣ, କୋରାପୁଟରୁ ୩ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡରୁ ୩ ଜଣ, ନୂଆପଡାରୁ ୯ ଜଣ, ପୁରୀରୁ ୧ ଜଣ, ଜଣ ଓ ସୋନପୁରରୁ ୯ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ହସ୍ପିଟାଲ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରଯାଇଛି । ସୋମବାର ଦିନ ଏ ସଂକ୍ରାନ୍ତରେ ସବୁ ସିଡିଏମ୍‌ଓ ଓ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି ।

ଅନପଟେ ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ଓ ସବୁ ପ୍ରକାର କରୋନା ନିୟମ ମାନି ଚଳିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.