୧-କରୋନା କାଳରେ ବିକଳ୍ପ ପରୀକ୍ଷା ପଦ୍ଧତି ପାଇଁ ସର୍କୁଲାର ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ । ୨୦୨୧-୨୨ ଶିକ୍ଷାବର୍ଷକୁ ଦୁଇଟି ଟର୍ମରେ କରାଗଲା ବିଭକ୍ତ, ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ଯୋଜନା କଲା ବୋର୍ଡ ।
୨-ଉଜ୍ଜ୍ୱଳା ୨.୦ ଲଂଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଏକ କୋଟି ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର୍ .
୩-ପୂର୍ଣ୍ଣାଙ୍ଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ଦାବି, ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ ।
୪-ଅଗଷ୍ଟ ୧୭ ପର୍ଯ୍ୟନ୍ତ ବଢ଼ିଲା ସ୍ପେଶାଲ OJEE ଆବେଦନର ତାରିଖ ।
୫-ଓବିସି ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ରାଜ୍ୟ ଗୁଡିକୁ ମିଳିବ ଓବିସି ତାଲିକା ପ୍ରସ୍ତୁତ କରିବା ଅଧିକାର, ଲୋକସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ପାସ ।
୬-ଓଡିଶାରେ ନିଯୁକ୍ତ ହେବେ ୧୧ ହଜାର ୪୫୦ ଜଣ ଶିକ୍ଷକ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ ।
୭-ଥମୁନି ସିଦ୍ଧୁଙ୍କ ସହ ବିବାଦ ! ସୋନିଆଙ୍କୁ ଭେଟିଲେ ‘କ୍ୟାପଟେନ୍’, ସୀମାରେ ରହି କାମ କରିବାକୁ ଉପଦେଶ ଦେଲେ ପାର୍ଟି ଅଧ୍ୟକ୍ଷ
୮-ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଅସ୍ଥାୟୀରୂପେ ନିଲମ୍ବିତ କଲା କୁସ୍ତି ସଂଘ, ସୋନମ ମଲ୍ଲିକଙ୍କୁ ବି ନୋଟିସ ।
୯-ସିବିଡିଟି ସଂଶୋଧିତ ଆଇନନ ଲାଗୁ ହେଲେ ଭୋଡାଫୋନ ଓ କେୟର୍ଣ୍ଣ ସମେତ ୪ କମ୍ପାନୀ ଫେରସ୍ତ ପାଇବେ ୮ ହଜାର କୋଟି ଟଙ୍କା ।
୧୦-ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଭିତରେ ଭାରତୀୟଙ୍କୁ ସତର୍କ ସୂଚନା । ଯଥାଶୀଘ୍ର ସ୍ୱଦେଶ ଫେରିବାକୁ ଭାରତ ସରକାର ଦେଲେ ନିର୍ଦ୍ଦେଶ।
୧୧-୨୧ ବର୍ଷ ପରେ ନୂଆ କ୍ଲବରେ MESSI; ପୁଣି ଥରେ ଦେଖିବାକୁ ମିଳିବ ମେସି-ନେମ୍ୟାର ମ୍ୟାଜିକ ।
୧୨-ଆମକୁ ମରିବାକୁ ଛାଡ଼ିଦିଅନି: ସମଗ୍ର ବିଶ୍ୱ ସାମ୍ନାରେ ଆଫଗାନିସ୍ତାନର ଦୁଃଖ ଦୁର୍ଦ୍ଦଶାର କାହାଣୀ ବଖାଣିଲେ କ୍ରିକେଟର ରସିଦ ଖାନ ।
୧୩–ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ସମ୍ଭାବନା। ବର୍ଷା ନେଇ ୧୯ଟି ଜିଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି।
୧୪–ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଦେବେ ରାଜନୈତିକ ଦଳ। ପ୍ରାର୍ଥୀ ଘୋଷଣାର ୪୮ଘଣ୍ଟା ମଧ୍ୟରେ ତଥ୍ୟ ଦେବେ।
୧୫–ପଞ୍ଚାୟତ ନିର୍ବାଚନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା- ନିର୍ବାଚନ ନେଇ ଖୁବ ଶୀଘ୍ର ନିର୍ବାଚନ ଆୟୋଗଙ୍କୁ ଜଣାଇବୁ। ରାଜ୍ୟରେ ଠିକ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ପୌର ନିର୍ବାଚନ ପାଇଁ ବି ପ୍ରସ୍ତୁତ ହେଉଛୁ
୧୬–ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା-ଅଗଷ୍ଟ ୧୨ ତାରିଖଠାରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା। ଏଥର କୌଣସି ନାମଲେଖା ଫି ବୃଦ୍ଧି କରାଯିବ ନାହିଁ।
୧୭–ଏକକ ପିଜି ପ୍ରବେଶିକା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ହେବ ପ୍ରବେଶିକା ପରୀକ୍ଷା।
୧୮–ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ସାଂସଦମାନଙ୍କ ଚିଠି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଓଡ଼ିଶାର ସବୁ ବିଜେପି ସାଂସଦଙ୍କ ଚିଠି
୧୯–ଭୁବନେଶ୍ବର ବିମାନବନ୍ଦରରେ ବଢିଲା ସୁରକ୍ଷା। ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ରେର୍ଡ଼ ଆଲର୍ଟ ଜାରି କରାଯାଇଛି।
୨୦–କରୋନା ମହାମାରୀ ମଧ୍ୟରେ ଏବେ ମହାରାଷ୍ଟ୍ରରେ ଜିକା ଭାଇରସ ଧୀରେ ଧୀରେ ନିଜର କାୟା ବିସ୍ତାର କରୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
୨୧–ପୁଣେରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି । ୭୯ଟି ଗାଁରେ ଜିକା ଭାଇରସ ଆଶଙ୍କା ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
୨୨–ଜନ୍ମ ସମୟରେ ବିଶ୍ୱର ସବୁଠାରୁ କ୍ଷୁଦ୍ର ଶିଶୁର ମାନ୍ୟତା ପାଇଥିବା ଶିଶୁ ୧୩ ମାସ ଡାକ୍ତରଖାନାରେ ରହିବା ପରେ ଏବେ ଘରକୁ ଫେରିଛି।
୨୩-କୋଭିଡ୍ ମୃତ୍ୟୁକୁ ନେଇ ହିସାବ ଗଡବଡ । ଆରଟିଆଇରେ କୋରାପୁଟରୁ ସାମ୍ନାକୁ ଆସିଲା ସାଂଘାତିକ ସତ । ଡ୍ୟାସବୋର୍ଡ ତଥ୍ୟ ସହ ମେଳ ଖାଉନି ଆରଟିଆଇ ତଥ୍ୟ ।
୨୪-ଅଲିମ୍ପିକ୍ସରେ ଭାରତର ସଫଳ ଅଭିଯାନ ପରେ ପ୍ରତିକ୍ରିୟା ରଖିଲେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ ନରିନ୍ଦର ବାତ୍ରା । କହିଲେ, ହକିରେ ଭାରତ ପଦକ ଜିତିବା ଥିଲା ସବୁଠୁ ଖୁସିର ମୁହୂର୍ତ୍ତ ।
୨୫-CBSE ପ୍ରକାଶ କଲା ଦଶମ, ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା ଡେଟ୍ ସିଟ୍, ପରୀକ୍ଷା ଅଗଷ୍ଟ ୨୫ ରୁ ଆରମ୍ଭ ।