ଆଇପିଏଲ ମହାସମର, ଟାଇଟାନ୍ସକୁ ହରାଇ ବାଜି ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର। ଆଜି ଶେଷରେ ଦେଖିବାକୁ ମିଳିଲା ରାହୁଲ ତେଓ୍ବାତିୟାଙ୍କ ହ୍ୟାଟ୍ରିକ୍‌ ଛକା । କିନ୍ତୁ ଲୋ ସ୍କୋରିଂ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଓପନର୍‌ ଓ ମିଡିଲ ଅର୍ଡର ବ୍ୟାଟରଙ୍କ ବିଫଳତା ସତ୍ତ୍ବେ ଏକାକି ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ।ଶେଷରେ ରାହୁଲ ତେଓ୍ବାତିୟାଙ୍କ ବିସ୍ଫୋରକ ବ୍ୟାଟିଂ ବେକାର୍‌ ଯାଇଛି ।

ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ୫ ରନରେ ପରାସ୍ତ କରିଛି ନିମ୍ନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜରାଟ ଟାଇଟନ୍ସ ପକ୍ଷରୁ ଓପନର ରିଦ୍ଧିମାନ ଶାହ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଶୁବମାନ ଗିଲ ମାତ୍ର ୬ ରନ କରିବାକୁ ସକ୍ଷମ ହୋଇଥିଲେ । ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଧୌର୍ଯ୍ୟର ସହ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ନେଇଥିଲେ। ସେ ବ୍ୟକ୍ତିଗତ ଭାବେ ୫୩ ବଲ ଖେଳି ୭ ଚୌକା ସହାୟତାରେ ୫୯ ରନ୍‌ କରି ଅପରାଜିତ ଥିଲେ।ବିଜୟ ଶଙ୍କର ମାତ୍ର ୬ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ଡେଭିଡ୍‌ ମିଲର ଖାତା ଖୋଲି ପାରିନଥିଲେ । ଅଭିନବ ମନୋହର ୨୬ ରନର ଉପଯୋଗୀ ଇନିଂସ ଖେଳିଥିଲେ ।

ରାହୁଲ ତେଓ୍ବାତିୟା ୨୦ ରନ କରି ଆଉଟ ହୋଇଥିଲେ । ରାସିଦ ଖାନ ୩ ରନ କରି ଅପରାଜିତ ଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ୪ ଓଭରରେ ମାତ୍ର ୧୫ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୪ ଓଭରରେ ୨୪ ରନ, ଖଲିଲ ଅହମଦ ୪ ଓଭରରେ ୨୪ ରନ ୨ ଓ୍ବିକେଟ୍, ଇଶାନ୍ତ ଶର୍ମା ୪ ଓଭରରେ ୨୩ ରନ ୨ ଓ୍ବିକେଟ ଓ ଏନରିଚ୍‌ ନୋର୍କିୟା ୪ ଓଭରରେ ୩୮ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି ।

Leave A Reply

Your email address will not be published.