LG ଏବଂ ଗୃହ ବିଭାଗ ଦ୍ବାରା ଦିଲ୍ଲୀ ସରକାରଙ୍କର ଯୋଜନାକୁ ବାଧା ପହଞ୍ଚାଉଥିଲେ ମୋଦି ସରକାର, ସୁପ୍ରିମ୍ କୋର୍ଟ ନିଷ୍ପତିଙ୍କୁ ଆମ୍ ଆଦ୍‌ମୀ ପାର୍ଟିର ସ୍ୱାଗତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର LG ଏବଂ ଗୃହ ବିଭାଗ ମାଧ୍ୟମରେ ଦିଲ୍ଲୀ ସରକାରଙ୍କର ନ୍ୟାର୍ଯ୍ୟ ଅଧିକାରକୁ ସଙ୍କୁ୍ଚିତ କରି ଅରବିନ୍ଦ କେଜରିୱାଲ ଙ୍କର ସମସ୍ତ ଯୋଜନାକୁ ବାଧା ପହଞ୍ଚାଉଥିଲେ ।  ଦିଲ୍ଲୀ ବାସୀଙ୍କ ଦ୍ଵାରା ନିର୍ବାଚିତ ସରକାର ନିଜର ଯୋଜନା ଏବଂ କାମକୁ କାର୍ଯ୍ୟକାରୀ କରିବା ପାଇଁ ଅମଲାତନ୍ତର ସହଯୋଗ ପାଉନଥିଲେ ।  ସମସ୍ତ ସଚିବଙ୍କର ନିଯୁକ୍ତି, ମୃତୟନ ଏବଂ ବଦିଳି LG କରୁଥିବାରୁ ସେମାନେ ରାଜ୍ୟ ସରକାର ପରିବର୍ତ୍ତେ କେନ୍ଦ୍ର ସରକାରଙ୍କର ନିର୍ଦ୍ଧେଶରେ ପରିଚାଳିତ ହେଉଥିଲେ ।  ସମ୍ବିଧାନର ସମସ୍ତ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ LG କେନ୍ଦ୍ରର ନିର୍ଦ୍ଧେଶରେ ରାଜ୍ୟ ସରକାରଙ୍କର ସମସ୍ତ କ୍ଷମତାକୁ ହଡ଼ପ୍ କରି ଦେଇଥିଲେ ।

ମାତ୍ର ଆଜି ଅତ୍ୟନ୍ତ ଖୁସିର ବିଷୟ ସୁପ୍ରିମ୍ କୋର୍ଟ ଏହି ମାମଲାର ବିଚାର କରି ନିର୍ଦ୍ଧେଶ ଦେଇଛନ୍ତି ଯେ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ କ୍ଷମତା ରହିଛି । କେନ୍ଦ୍ର ସରକାର ସେଥିରେ ସିଧା ସଳଖ ହସ୍ତକ୍ଷେପ କରିପାରିବେ ନାହିଁ । LG ରାଜ୍ୟ ସରକାରଙ୍କର ନିର୍ଦ୍ଧେଶ ମାନିବାକୁ ବାଧ୍ୟ ଏବଂ କର୍ମଚାରୀ ମାନଙ୍କର ନିୟୋଜନ ଏବଂ ବଦଳି ଉଭୟ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣରେ ରହିବ । ଏହା ଗଣତନ୍ତ୍ର, ସମ୍ବିଧାନ ଏବଂ ଦିଲ୍ଲୀ ବାସୀଙ୍କର ବିଜୟ ଅଟେ ।

ପଛଦ୍ଵାରାଦେଇ କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ଆମ୍ ଆଦ୍‌ମୀ ପାର୍ଟି ସରକାରଙ୍କୁ ନିୟନ୍ତ୍ରିତ କରିବା ଯେଉଁ ଷଡଯନ୍ତ୍ର କରିଥିଲେ, ତାହା ଆଜି ବିଫଳ ହୋଇଅଛି ।  ସେଥିପାଇଁ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ସୁପ୍ରିମ୍ କୋର୍ଟର ନିଷ୍ପତିକୁ ସ୍ୱାଗତ କରାଯିବା ସହିତ ଭାରତୀୟ ଜନତା ପାର୍ଟିରେ ଷଡଯନ୍ତ୍ରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଅଛି ।

 

 

 

 

Leave A Reply

Your email address will not be published.