ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୋଦି ସରକାରଙ୍କ ୯ ବର୍ଷ ଶାସନରେ ଦେଶବାସୀଙ୍କ କ’ଣ ସବୁ ବିକାଶ ହୋଇଛି ସେସବୁର ତାଲିକା ଦେଇ ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ। ମହିଳା, କୃଷକ, ସ୍ୱାସ୍ଥ୍ୟ ଓ ଐତିହ୍ୟ ବିକାଶ କ୍ଷେତର କଣ ସବୁ ପାରଦର୍ଶିତା ଦେଖାଇଛନ୍ତି ଏନେଇ ଆଜି ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ରରେ ବିଜେପି ସରକାରର ୯ବର୍ଷ ଶାସନର ପୂର୍ତ୍ତି ଅବସରରେ ଭୁବନେଶ୍ୱର ପାଲହାଇଟ୍ସରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ସବୁ ଉପସ୍ଥାପନ କରାଯାଇଛି ।