ଲୁପ ଲାଇନରେ କାହିଁକି ଯାଇଥିଲା କରମଣ୍ଡଳ ? ମୁହଁ ଖୋଲିଲେ ଲୋକୋ ପାଇଲଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲୁପ ଲାଇନରେ କାହିଁକି ଯାଇଥିଲା କରମଣ୍ଡଳ ? ମୁହଁ ଖୋଲିଲେ ଲୋକୋ ପାଇଲଟ । ଏବେ ସୁସ୍ଥ ହେଉଛନ୍ତି    ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରା । ସେମାନଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌ ତାଙ୍କ ପ୍ରିଲିମିନାରୀ ବୟାନ ରେକର୍ଡ କରିଛନ୍ତି । ତାଙ୍କର ଚିକିତ୍ସା ଭୁବନେଶ୍ୱର ଏମସ୍‌ରେ ଚାଲିଛି। ସେମାନଙ୍କ ଅବସ୍ଥା ଏବେ ସ୍ଥିର ଅଛି । ସୁସ୍ଥ ହେଲେ ସେମାନଙ୍କର ବୟାନ ପୁଣି ରେକର୍ଡ କରାଯିବ ।

ପ୍ରାଥମିକ ବୟାନ ଦେଇ କରମଣ୍ଡଳ ଏକ୍ସପ୍ରେସ ଲୋକ ପାଇଲଟ ଗୁଣନିଧି ମହାନ୍ତି କହିଛନ୍ତି, ଲୁପ ଲାଇନ ପାଇଁ ସିଗନାଲ ଥିଲା । ତେଣୁ ସିଗନାଲ ପାଇବା ପରେ ଲୁପ ଲାଇନରେ ହିଁ ଯାଇଥିଲା କରମଣ୍ଡଳ । ଆଉ ତା ପରେ ଘଟିଥିଲା ଏପରି ଭୟାବହ ଦୁର୍ଘଟଣା । ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଖୁବ ଶୀଘ୍ର ଡିସଚାର୍ଜ ହୋଇ ପାରନ୍ତି । ତେବେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରାଙ୍କ ମୁଣ୍ଡରେ ଆଘାତ ଲାଗିିଛି ଏବଂ ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ସେମାନେ ସୁସ୍ଥ ହେବା ପରେ ପୁଣି ବୟାନ ରେକର୍ଡ ହେବ ।

Leave A Reply

Your email address will not be published.