ଭୁବନେଶ୍ୱର :ଆସନ୍ତାମାସ ଅର୍ଥାତ, ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ପାଇଁ ଫଟୋ ଆମନ୍ତ୍ରଣ

0

 ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) :ଆସନ୍ତାମାସ ଅର୍ଥାତ ଅଗଷ୍ଟ ୧୯ ତାରିଖ ବିଶ୍ୱ ଫଟୋଗ୍ରାଫି ଦିବସ। ଏହି ଅବସରରେ ଏନ ବି ଏନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ଦ୍ଵିତୀୟ ବର୍ଷ ପାଇଁ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ହେବାକୁ ଯାଉଛି।  ଏହି ପ୍ରଦର୍ଶନୀ ରେ ଅଂଶଗ୍ରହଣ କରିବା ପାଇଁ ଫଟୋଗ୍ରାଫି କୁ ଭଲପାଉଥିବା ଓଡିଶାରେ ରହୁଥିବା ଜନସାଧାରଣଙ୍କ ଠାରୁ ଫଟୋ ଆମନ୍ତ୍ରଣ କରାଯାଉଛି। ତିନୋଟି ବର୍ଗରେ ଯଥା 1-ପ୍ରଫେସନାଲ,2-ସୌଖିନ ଓ 3-ଶିଶୁ ବର୍ଗରେ ଫଟୋଗ୍ରାଫର ମାନଙ୍କ ଠାରୁ ଫଟୋ ଆମନ୍ତ୍ରିତ କରାଯାଉଛି।

ଏଥିପାଇଁ ଫଟୋ ପଠାଇବାର ଶେଷ ତାରିଖ ଅଗଷ୍ଟ ମାସ 10 ତାରିଖ ରଖା ଯାଇଛି। ଉକ୍ତ ଫଟୋ ପ୍ରଦର୍ଶନୀ କୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ଫଟୋଗ୍ରାଫିକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଏଥିରେ ଭାଗନେବାକୁ ଅନୁରୋଧ କରାଯାଉଛି। ଏହି ପ୍ରଦର୍ଶନୀ ର ନିୟମାବଳୀ ଓ ଅନ୍ୟ ବିଷୟରେ ସବିଶେଷ ଜାଣିବା ପାଇଁ 9439614677 ନମ୍ବର ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.