ମଣିପୁରରେ ହିଂସାକୁ ପ୍ରୋତ୍ସାହନ ଦେବାରେ ଚୀନ୍‌ ସମ୍ପୃକ୍ତ ରହିଛି : ସଞ୍ଜୟ ରାଉତ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ମଣିପୁରରେ ହିଂସାକୁ ପ୍ରୋତ୍ସାହନ ଦେବାରେ ଚୀନ୍‌ ସମ୍ପୃକ୍ତ ରହିଛି। ଏଥିସହ ଚୀନ୍‌ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସାଂସଦ ସଞ୍ଜୟ ରାଉତ ଦର୍ଶାଇଛନ୍ତି ଯେ କେନ୍ଦ୍ର ଏବଂ ଉତ୍ତରପୂର୍ବ ରାଜ୍ୟରେ ବିଜେପି କ୍ଷମତାରେ ଅଛି; ଯେଉଁଠାରେ ମେ’ ୩ ତାରିଖରୁ ଜାତିଗତ ହିଂସା ଦେଖିବାକୁ ମିଳିଛି।

ତେବେ, ହିଂସା କାଣ୍ଡର ଯୋଜନା କିଏ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି? ‘ମଣିପୁର ହିଂସାରେ ଚୀନର ସମ୍ପୃକ୍ତି ରହିଛି! ଆପଣ କ’ଣ ପଦକ୍ଷେପ ନେଇଛନ୍ତି’? ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ଇସ୍ତଫା ଦାବି କରି ସଞ୍ଜୟ ରାଉତ କହିଛନ୍ତି, ୪୦ ଦିନରୁ ଅଧିକ ସମୟ ଧରି ହିଂସା ଜାରି ରହିଛି, ଲୋକମାନେ ଘର ଛାଡ଼ି ରିଲିଫ୍‌ କ୍ୟାମ୍ପରେ ରହୁଛନ୍ତି।

ଦୀର୍ଘ ୫0 ଦିନ ଧରି ରାଜ୍ୟରେ ଚାଲିଥିବା ହିଂସାକାଣ୍ଡରେ ବିଦେଶୀ ହାତର ସମ୍ପୃକ୍ତି ଥିବା ନେଇ ବିରେନ ସିଂହ ସଙ୍କେତ ଦେବାର କିଛି ଘଣ୍ଟା ପରେ ସାଂସଦ ସଞ୍ଜୟ ରାଉତଙ୍କ ଏହି ବୟାନ ଆସିଛି। ‘ସେ (ବିରେନ ସିଂହ) ଇସ୍ତଫା ଦିଅନ୍ତୁ ଏବଂ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ’ ବୋଲି ଶ୍ରୀ ରାଉତ କହିଛନ୍ତି।

 

Leave A Reply

Your email address will not be published.