ବିବାହ ବନ୍ଧନରେ ବାନ୍ଧିହେଲେ ସାରଥିଙ୍କ ପୁଅ ସତ୍ୟମ୍‌

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧିହେଲେ ବହୁଚର୍ଚ୍ଚିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କର ଶନିବାର ଦିନ ପାରାଦୀପ ଉପକଣ୍ଠ ବାଲଡିଆ ଗାଁରେ ବାହାଘର ହୋଇଛି। ଏହି ଗାଁର ଅଶୋକ ସେନାପତିଙ୍କ ଝିଅଙ୍କ ସହ ତାଙ୍କର ବିବାହ ହୋଇଛି। ଶନିବାର ସକାଳୁ ଏହି ଖବର ପ୍ରଚାର ହେବା ପରେ ସତ୍ୟମଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ। ସତ୍ୟମ ନିଜ ବନ୍ଧୁ, ପରିଜନଙ୍କ ସହ ବିରାଟ ପଟୁଆରରେ ଆସି କନ୍ୟା ଘର ନିକଟରେ ପହଞ୍ଚି ଥିଲେ।

ରାସ୍ତାରେ କିଛି ଲୋକ ସତ୍ୟମଙ୍କ ସହ ସେଲ୍‌ଫି ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଚାର ହେଉଥିଲା ଯେ, ସାରଥି ମଧ୍ୟ ଆସିବେ। ମାତ୍ର ଏହି ବିବାହ ଉତ୍ସବରେ ତାଙ୍କ ଦେଖା ମିଳି ନଥିଲା।

Leave A Reply

Your email address will not be published.