ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟ ସରକାର ଯୁବକ ଯୁବତୀ ମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଯେଉଁ ଯୁବକ ଯୁବତୀମାନେ ଶିକ୍ଷକତା ପାଇଁ ଇଚ୍ଛୁକ ରହିଛନ୍ତି ସେମାନଙ୍କ ପାଇଁ ଏକ ସୁଯୋଗ ନେଇ ଆସିଛନ୍ତି ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ସୃଷ୍ଟି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଚଳିତ ବର୍ଷ ସରକାର ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ଫଳରେ ଏହି ସବୁ ବିଦ୍ୟାଳୟ ଗୁଡ଼ିକରେ +୨ ଖୋଲାଯାଇଛି ।
ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ନିଜ ବିଦ୍ୟାଳୟରେ +୨ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ କରିବାକୁ ଏହି ନୂତନ ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବା ସୂଚନା ଦିଆଯାଇଛି ।ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ୍ କାର୍ଯ୍ୟ, ଲାବ୍ ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପଦବୀ ସୃଷ୍ଟି କରାଯାଇଛି । ଅଣ-ଶିକ୍ଷକ ପଦବୀ ଗୁଡ଼ିକୁ ନିଯୁକ୍ତି ଦେବାକୁ ମଞ୍ଜୁର ପ୍ରଦାନ କରିଛନ୍ତି ।