ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁଲାଇ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ମାଲେସିଆର ମାଲେଙ୍ଗାଠାରେ ଖେଳାଯିବାକୁ ଥିବା ଏସୀୟ କରାଟେ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ-ଭାଲିନା ଭାଲେଣ୍ଟିନା, ସୁରମିତା ସିହ୍ନା, ବିଦ୍ୟା କିରଣ ସାହୁ। ଗତ ଜାତୀୟ ବରିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ମହିଳା ଟିମ୍ କାଟାରେ ଏହି ୩ ଜଣଙ୍କ ସହ ସ୍ବର୍ଣ୍ଣ ପଦକ ଜିତିଥିବା ନ୍ୟାସ୍ୟା କୁମାରୀ କେବଳ ଏସୀୟ ଟିକେଟ୍ରୁ ବଞ୍ଚିତ ହୋଇଛନ୍ତି।
ମନୋନୀତ ୩ ଖେଳାଳି ଦିଲ୍ଲୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ। ମଙ୍ଗଳବାର ଯାତ୍ରା କରିବା ପୂର୍ବରୁ ଉତ୍କଳ କରାଟେ ସ୍କୁଲ୍ଠାରେ ରାଜ୍ୟ ସଂଘ ପକ୍ଷରୁ ସମ୍ପାଦିକା ଗୌରୀ ମହାନ୍ତିଙ୍କ ସହ ଅନ୍ୟ କର୍ମକର୍ତା ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।