ବେକାରୀ ସମସ୍ୟା ଏବଂ ସ୍ଥାନୀୟ ନିଯୁକ୍ତି ସମସ୍ୟାର ସମାଧାନ ପାଇଁ ରାଜ୍ୟବ୍ୟାପୀ ନିଯୁକ୍ତି କ୍ରାନ୍ତି କାର୍ଯ୍ୟକ୍ରମ କରିବ ଛାତ୍ର କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବେକାରୀ ସମସ୍ୟା ଏବଂ ସ୍ଥାନୀୟ ନିଯୁକ୍ତି ସମସ୍ୟାର ସମାଧାନ ପାଇଁ ରାଜ୍ୟବ୍ୟାପୀ ନିଯୁକ୍ତି କ୍ରାନ୍ତି କାର୍ଯ୍ୟକ୍ରମ କରିବ ଛାତ୍ର କଂଗ୍ରେସ। ଏ ନେଇ କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ଏବଂ ଅନ୍ୟ କର୍ମୀଙ୍କ ଉପସ୍ଥିତିରେ ଏହା ଲଞ୍ଚ ହୋଇଯାଇଛି। ରାଜ୍ୟରେ ଏବେ ଉତ୍କଟ ବେକାରୀ ସମସ୍ୟା। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ଏବେ ରାଜ୍ୟରେ ପଖାପଖି ୯ ଲକ୍ଷ ବେକାରୀ ଅଛନ୍ତି ଏବଂ ସୂଚନା ଅଧିକାର ତଥ୍ୟ ଅନୁସାରେ ଗତ 10 ବର୍ଷ ମଧ୍ୟରେ କେତେ ନିଯୁକ୍ତି ହୋଇଛନ୍ତି ତାହା ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ଏବେ ବି ସରକାରୀ ସ୍ତରର ଅନେକ କାର୍ଯ୍ୟାଳୟରେ ପଦବୀ ଖାଲି ପଡ଼ିଥିବା ବେଳେ ଏବେବି ନିଯୁକ୍ତି ଦିଆଯାଉନାହିଁ। ରାଜ୍ୟର ୨୩ ବର୍ଷର ସରକାର ରାଜ୍ୟରେ ବେକାରୀ ସମସ୍ୟା ହଟାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର।ରାଜ୍ୟ ସରକାରଙ୍କ ନିକଟରେ ୫ ଦଫା ଦାବି ରଖିଛି ଛାତ୍ର କଂଗ୍ରେସ।

ଦାବି ଗୁଡିକ ଅନୁସାରେ ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବିରେ ନିଯୁକ୍ତି ଦେବା, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ୮୦ ପ୍ରତିଶତ ସ୍ଥାନୀୟ ତଥା ଓଡିଶା ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା। ସରକାରୀ ଚାକିରୀରେ ଚୁକ୍ତି ଏବଂ ଠିକା ପ୍ରଥା ବାତିଲ କରାଇବା। ଯେଉଁ ମାନେ ଓଡିଶାକୁ ଫେରି କାର୍ଯ୍ୟ କରିବାକୁ ଚାଁହୁଛନ୍ତି ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ କରନ୍ତୁ ଏବଂ ଯଦି ସରକାର ନିଯୁକ୍ତି ଦେଇ ପାରୁନାହାନ୍ତି ତେବେ ବେକାରୀ ମାନଂକୁ ମାସିକ 5000 ଭତ୍ତ ପ୍ରଦାନ କରିବା। ଯଦି ରାଜ୍ୟ ସରକାର ୭ ଦିନ ମଧ୍ୟରେ ଏହି ସମସ୍ୟାକୁ ସମାଧାନ ନକରନ୍ତି ଆଗାମୀ ଦିନରେ ରାଜ୍ୟବ୍ୟାପୀ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ।

Leave A Reply

Your email address will not be published.