ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଲେ ଅଡଶପୁର କଲେଜର କୋଡ଼ିଏ ଜଣ ଛାତ୍ରଛାତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଡଶପୁରସ୍ଥିତ ଉଦୟନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର କୋଡ଼ିଏ ଜଣ ଛାତ୍ରଛାତ୍ରୀ କ୍ଷେତ୍ର ପରିଦର୍ଶନରେ ଆସି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ପଞ୍ଜିକରଣ, ଗ୍ରନ୍ଥାଗାର ପରିଚାଳନା, ଇ-ଗ୍ରନ୍ଥାଗାର, ଡାଟା ଏଣ୍ଟ୍ରି, ଅଟୋମେସନ, ଆକ୍ସେସିଙ୍ଗ୍,କାଟାଲଗିଙ୍ଗ୍, ଡିଜିଟାଇଜେସନ ଆଦି ପ୍ରକ୍ରିୟା ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା ।

ଏହି କ୍ଷେତ୍ର ପରିଦର୍ଶନ ସେମାନଙ୍କ ପାଠ୍ୟକ୍ରମର ଏକ ଅଂଶବିଶେଷ ଏବଂ ଏହାଦ୍ବାରା ସେମାନଙ୍କ ଦକ୍ଷତା ବୃଦ୍ଧି ପାଇବ ବୋଲି ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ । ପାଠାଗାର ପରିଦର୍ଶନ କରି ସେମାନେ ଖୁସି ବ୍ୟକ୍ତ କରିଥିଲେ l ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ମଞ୍ଜରୀ ବେହେରା ଏବଂ ନିରୂପମା ମିଶ୍ର ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ସାମିଲ ଥିଲେ ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନିର୍ଦ୍ଦେଶକ  ଦିଲୀପ ରାଉତରାଏ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ସ୍ଵତନ୍ତ୍ର କର୍ତ୍ତ୍ୟବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ l

Leave A Reply

Your email address will not be published.