ବିଜେପି ଲୋକତନ୍ତ୍ରର ସମସ୍ତ ଏଜେନ୍ସିକୁ ନଷ୍ଟ କରିଦେଇଛି: ମଲ୍ଲିକାର୍ଜୁନ ଖଡଗେ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଗୋଟିଏ ପଟେ ଆଜି ଏନଡିଏ ମେଣ୍ଟର ବୈଠକ ଆରମ୍ଭ ହେଉଥିବା ବେଳେ ବିରୋଧୀମେଣ୍ଟର ବୈଠକ ଶେଷ ହୋଇଛି । ୨୬ଟି ଦଳକୁ ନେଇ ଗଠିତ ହୋଇଥିବା ବିରୋଧୀମେଣ୍ଟର ନାମ ଇଣ୍ଡିଆ ରଖାଯାଇଛି । ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି । ବୈଠକ ଶେଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ସେ କହିଛନ୍ତି କି, ଆଗାମୀ ଦିନରେ ୧୧ ଜଣଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯିବ ।

ଏହାସହ ବିରୋଧୀ ମେଣ୍ଟ ତରଫରୁ ଏକ କାର୍ଯ୍ୟାଳୟ ପ୍ରସ୍ତୁତ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ହେଲେ କାର୍ଯ୍ୟାଳୟ କେଉଁଠି ହେବ ସେ ନେଇ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ବୈଠକରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଖଡଗେ କହିଛନ୍ତି କି, ବିଜେପି ଲୋକତନ୍ତ୍ରର ସମସ୍ତ ଏଜେନ୍ସି (ଇଡି, ସିବିଆଇ)କୁ ନଷ୍ଟ କରିଦେଇଛି । ଆଜି ଉପସ୍ଥିତ ହୋଇଥିବା ସମସ୍ତ ରାଜନୈତିକ ଦଳମାନଙ୍କ ମଧ୍ୟରେ ରାଜନୈତିକ ମଦଭେଦ ରହିଛି ।

କିନ୍ତୁ ଦେଶର ଲୋକତନ୍ତ୍ରକୁ ବଞ୍ଚାଇ ରଖିବାକୁ ସମସ୍ତେ ଗୋଟିଏ ମଞ୍ଚରେ ଏକାଠି ହୋଇଛୁ । ସେପଟେ ବିରୋଧୀ ମେଣ୍ଟର ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ସସ୍ପେନ୍ସ ଲାଗି ରହିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଅଧ୍ୟକ୍ଷ ପଦ କଂଗ୍ରେସ ନେବାକୁ ଚାହୁଁଛି ।

Leave A Reply

Your email address will not be published.