ମଦୁଆ ଓ ଅସାମାଜିକଙ୍କ ଉପରେ କମିଶନରେଟ ପୋଲିସର ନଜର,ସନ୍ଦିଗ୍ଧ ସ୍ଥାନରେ ମାରୁଛି ଛାପା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଖଟି,ମଦୁଆ ଓ ଅସାମାଜିକଙ୍କ ଉପରେ ପୋଲିସର ନଜର। ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ମାର୍ଚ୍ଚପାଷ୍ଟ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ଏସିପି, ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ଜେଲ ଛକ, ଗଣେଶ ମଣ୍ଡପ ଛକ, ଝାରପଡା , ସନ୍ତୋସି ବିହାର, କେନାଲ ରୋଡ଼ ବୁଲି ସନ୍ଦିଗ୍ଧ ସ୍ଥାନକୁ ନଜର କରିଥିଲେ । ସେହିପରି ମୈତ୍ରୀ ବିହାର ଥାନା ଅଧୀନରେ ଅତିରିକ୍ତ ଡିସିପି ପ୍ରକାଶ ପାଲ ଙ୍କ ନେତୃତ୍ୱରେ ଗୋଟିଏ ପ୍ଲାଟୁନ ଫୋର୍ସ ସାଲିଆ ସାହି, ଆଦିବାସୀ ଗାଁ, ଏକାମ୍ର ବିହାର, ମହାବୀର ନଗର, ଟ୍ରାକ୍ଟର ପଡିଆ, ବାବା ତିଲକ ନଗର ଆଦି ସ୍ଥାନରେ ମାର୍ଚ୍ଚପାଷ୍ଟ କରିଥିଲା ।

ରାତି ସମୟରେ ଏହି ଚଢ଼ାଉ କରାଯାଇଛି। ୭ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ସେଫ ସିଟି ଡ୍ରାଇଭ ଅଧୀନରେ ନୀତିଦିନ ଏଭଳି ଚଢ଼ାଉ ଜାରି ରଖିଛି କମିଶନରେଟ ପୋଲିସ ର ବିଭିନ୍ନ ଥାନା ଓ POPD ଟିମ। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଚେକିଂ ଓ ବ୍ଳକିଙ୍ଗ କୁ ମଧ୍ୟ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।

Leave A Reply

Your email address will not be published.