“ବନ୍ଦେ ମା ତରମ” କହିବାକୁ ମନା କରି ବିବାଦରେ ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ବିଧାନସଭାରେ  “ବନ୍ଦେ ମା ତରମ” କହିବାକୁ ମନା  କରିଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀ। ଏହାପରେ ତାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ବିଧାନସଭାରେ ଅବୁ ଆଜମୀ କହିଛନ୍ତି, ‘ଆମ ପୂର୍ବପୁରୁଷମାନେ ଏହି ଦେଶ ପାଇଁ ନିଜ ଜୀବନ ଦେଇଛନ୍ତି, ଆମେ ହିଁ ଭାରତକୁ ନିଜର ଦେଶ ବୋଲି ଭାବିଥିଲୁ, ପାକିସ୍ତାନ ନୁହେଁ । ଇସଲାମ ଆମକୁ ଶିଖାଇଥାଏ ଯେ ଯିଏ ଏହି ସମଗ୍ର ଦୁନିଆ ସୃଷ୍ଟି କରିଛି ତାଙ୍କ ଆଗରେ ମୁଣ୍ଡ ନୁଆଁଇବା । ମୋ ଧର୍ମ ଅନୁଯାୟୀ, ଯଦି ମୁଁ ବନ୍ଦେ ମାତରମ୍ କହିପାରିବି ନାହିଁ, ତେବେ ଏହା ମୋ ଦେଶ ପ୍ରତି ମୋର ସମ୍ମାନ ଏବଂ ମୋ ହୃଦୟରେ ମୋର ଦେଶପ୍ରେମକୁ ହ୍ରାସ କରେ ନାହିଁ ଏବଂ ଏହା କାହାପ୍ରତି କୌଣସି ଆପତ୍ତି ସୃଷ୍ଟି କରିବା ଉଚିତ ନୁହେଁ ।

ଆପଣାନେ ଯେମିତି ଏହି ଦେଶର, ଆମେବି ସେମିତି । ଆଜମୀ କହିଛନ୍ତି, “ମହାରାଷ୍ଟ୍ରର କେତେକ ଜିଲ୍ଲାରେ ହିନ୍ଦୁ ସମାଜ ସଭା ଯୋଗୁଁ ହିଂସା କାଣ୍ଡ ଘଟିଛି, କିନ୍ତୁ ଯେଉଁମାନେ ଏହି ସଭାଗୁଡ଼ିକରେ ଘୃଣାସୃଷ୍ଟିକାରୀ ଭାଷଣ ଦେଇଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଫଳରେ ରାମ ନବମୀଦିନ ଔରଙ୍ଗାବାଦରେ ହିଂସା କାଣ୍ଡ ଘଟିଥିଲା ଏବଂ ନିଜ ଘର ଗେଟ୍ ରେ ଠିଆ ହୋଇଥିବା ମୁନିରୁଦ୍ଦିନଙ୍କୁ ପୁଲିସ ଗୁଳିରେ ହତ୍ୟା କରାଯାଇଥିଲା। ମୁନିରୁଦ୍ଦିନ ଓ ତାଙ୍କ ପରିବାରକୁ ମହାରାଷ୍ଟ୍ର ସରକାର ନ୍ୟାୟ ଦେବେ ନାହିଁ।

Leave A Reply

Your email address will not be published.