ଜରିପାଲ ତଳେ ଭାଷଣ ଦେଲେ ରାଷ୍ଟ୍ରପତି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ୩ ଦିନିଆ ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି । ଏହି ଗସ୍ତ ସମୟରେ ଦେଖାଦେଇଛି ଅବ୍ୟବସ୍ଥା । କଟକରେ ଜରିପାଲ ତଳେ ଅଭିଭାଷଣ ଦେଲେ ରାଷ୍ଟ୍ରପତି । ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା । ଇନଡୋର ଷ୍ଟାଡିୟମର ଛାତ ଭାଙ୍ଗି ଯାଇଥିବାରୁ ଏହା ଉପରେ ଜରିପାଲ ଘୋଡା ଯାଇଥିବା ଦେଖିବାକୁ ମିଳିଛି । ଅନେକ ଦିନରୁ ଷ୍ଟାଡିୟମ ଛାତ ନଷ୍ଟ ହୋଇଥିଲେ ବି ମରାମତି ହୋଇନି। ଏପରକି ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ପାଇଁ ଛାତରେ ପାଲ ଘୋଡ଼େଇ କାମ ଚଳାଇ ଦିଆଯାଇଛି।

୨ ମାସ ପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମ ସ୍ଥିର ହୋଇଥିବା ବେଳେ କାହିଁକି ମରାମତି ହୋଇନି ବୋଲି ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି। ଗତବର୍ଷ ଅଗଷ୍ଟରେ ଅମିତ ଶାହାଙ୍କ କାର୍ୟ୍ୟକ୍ରମ ବେଳେ ବି ଏମିତି ଜରିପାଲ ପକାଯାଇଥିବା ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତି ନେଇ ହାଇକୋର୍ଟ ଆଇନଜୀବୀ ରବୀନ୍ଦ୍ର ନାଥ ପାଲ କଡ଼ା ପ୍ରଶାସନିକ ପଦକ୍ଷେପକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ପାଇଁ ଏଭଳି ଅବସ୍ଥା ଦେଖି ଦୁଃଖ ଲାଗିଲା। ରାଷ୍ଟ୍ରପତି କଟକ ଆସିବା ୨ ମାସ ତଳୁ ଜଣାପଡ଼ିଲାଣି। ରାଜ୍ୟ ସରକାର କଣ ୨ ମାସ ହେଲା ମରାମତି ପାଇଁ ସମୟ ପାଇଲେନି। ସରକାରଙ୍କ ଏଭଳି ଆଚରଣ ଆମକୁ ଦୁଃଖିତ କରିଛି ।

Leave A Reply

Your email address will not be published.