ଓଡିଆ ନ୍ୟୁଜ (ବ୍ୟୁରୋ) : ଓଏସଏସସି ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗିରଫ ହୋଇଛନ୍ତି ମାଷ୍ଟର ମାଇଣ୍ଡ । ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୁଲିସ । ମାଷ୍ଟରମାଇଣ୍ଡ ସମେତ ୭ ଅଭିଯୁକ୍ତ ବିହାରରୁ ଗିରଫ କରିଛି ପୁଲିସ୍ । ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା ପୁଲିସ୍ । ।
ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲରେ କିଛି ଦିନ ତଳେ ପ୍ରଶ୍ନପତ୍ର ନେଇ ଡିଲ୍ ଚାଲିଥିବା ବେଳେ ଚଢ଼ାଉ କରିଥିଲା ପୁଲିସ୍। ସେଠାରୁ କିଛି ଡକ୍ୟୁମେଣ୍ଟ ସହ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା ପୁଲିସ । ଏହି ସମୟରେ ପୁଲିସ ଜାଣିବାକୁ ପାଇଥିଲା, ଜଣଙ୍କ ପିଛା ୮ରୁ ୧୦ ଲକ୍ଷ ଟଙ୍କାରେ ହୋଇଥିଲା ମୂଲଚାଲ । ଏହି ଚଢ଼ାଉ ସମୟରେ ୬ ଟି କାର୍ ସହ, ଗୋଟିଏ ବସ୍, ଅନେକ ସାର୍ଟିଫିକେଟ ଜବତ କରିଥିଲା ପୁଲିସ। ଏଥି ସହିତ ୧୫ଟି ମୋବାଇଲ୍ ଫୋନ, ସାଇନ ହୋଇଥିବା ଏକାଧିକ ବ୍ଲାଙ୍କ ଚେକ୍ ଓ ନଗଦ ୨୨,୫୦୦ ଟଙ୍କା ମଧ୍ୟ ସ୍ପଟ୍ରୁ ଜବତ ହୋଇଥିଲା। ତେବେ ଏହା ପଛରେ ଓଡ଼ିଶା ଷ୍ଟାଫ ସିଲେକ୍ସନର କର୍ମଚାରୀ ଅଛନ୍ତି ନା ନାହାନ୍ତି ତାହାକୁ ନେଇ ଲାଗି ରହିଛି ସସ୍ପେନ୍ସ । ଗତ ୨୩ ତାରିଖରେ ଏସ୍ପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଓଡ଼ିଶା ସିଭିଲ ଜେଇର ସିଭିଲ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି। ଏଥିସହ ତାହା ରାକେଟ ହାତରେ ଥିବା ପ୍ରଶ୍ନପତ୍ର ସହ ମେଳ ଖାଉଛି। ତେଣୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ରାକେଟ ହାତକୁ କିପରି ରାକେଟ ହାତକୁ ଗଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିହାରରୁ ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବା ବେଳେ ତାଦ ପାଖରୁ ପୁଲିସ୍ କଦଣ ସତ ବାହାର କରି ପାରୁଛି ତାହା ଉପରେ ସମସ୍ତଙ୍କ ନଜର। ଏଥିସହ ଓଡ଼ିଶା ଷ୍ଟାଫ ସିଲେକସନ୍ ଅଧିକାରୀଙ୍କ ସହ ରାକେଟର କି ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ ପାଇଁ ଦାବି ହେଉଛି । ରାକେଟ୍ର ସଦସ୍ୟ ପିଲାଙ୍କ ନମ୍ବର କେଉଁଠୁ ପାଇ ଯୋଗାଯୋଗ କଲେ ତାହା ସ୍ପଷ୍ଟ ହୋଇନି।