ଓଡିଆ ନ୍ୟୁଜ (ବ୍ୟୁରୋ) : ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ୟ୍ୟନ୍ତ ମାଓ ସଂଗଠନ ପାଳନ କରୁଛି ସହିଦ ସପ୍ତାହ। ଏହି ସମୟରେ ମାଓବାଦୀମାନେ ଅଧିକ ହିଂସ୍ର ହୋଇଉଠନ୍ତି । ଏଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ବିଶେଷ କରି ଜିଲ୍ଲାର ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକରେ ମାଓବାଦୀମାନଙ୍କ ଦବଦବା ରହିଥିବା ବେଳେ ହିଂସାକାଣ୍ଡକୁ ଏଡାଇବା ପାଇଁ ପୁଲିସ ସଜାଗ ରହିଥିବା କୁହାଯାଇଛି । ପୁଲିସ ନଜର ରଖିବା ସହ ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରିଛି । ବିଶେଷ କରି ରାୟଗଡ଼ା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି।
ଏହାକୁ ଦୃଷ୍ଟିରେ ରଖି କିଛି ଜାଗାକୁ ବସ ଚଳାଚଳ ବନ୍ଦ ରହିଛି। ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୁଲିସ ସଜାଗ ଥିବା ରାୟଗଡ଼ା ଅତିରିକ୍ତ ଏସପି ବିଷ୍ଣୁପ୍ରସାଦ ପାତ୍ର ସୂଚନା ଦେଇଛନ୍ତି। ଏଣେ ସହିଦ ସପ୍ତାହ ପାଳନ ଲାଗି ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସ୍ବାଭାବିକ ରହିଥିବା ବେଳେ ମହୁପଦର ଚିତ୍ରକୋଣ୍ଡା ଓ ଛତିଶଗଡ଼ ଯାଉଥିବା ବେସରକାରୀ ବସ ଚଳାଚଳ ବନ୍ଦ ରହିଥିବା ସୂଚନା ରହିଛି।
ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକରେ ମାଓବାଦୀଙ୍କ ଦବଦବା ରହିଥିବା ବେଳେ ହିସାଂକାଣ୍ଡକୁ ଏଡାଇବା ପାଇଁ ପୋଲିସ ସଜାଗ ରହିଛି । ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି ରାୟଗଡା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ବିଏସଏଫ୍, ସିଆରପିଏଫ୍, ଡିଭିଏଫ୍, ଏସ୍ଓଜି ଓ କେନ୍ଦ୍ରୀୟ ଯବାନ ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ନିୟମଗିରି ଅଞ୍ଚଳରେ ପୋଲିସ ଓ ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଜାରି ରହିଛି । ଅନ୍ୟପଟେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ଉପସ୍ଥିତିକୁ ଜାହିର କରିଛନ୍ତି ।